30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୨୪ ବର୍ଷୀୟ ଏମବିଏ ଛାତ୍ରୀଙ୍କ ହତ୍ୟା ପରେ ତାଙ୍କ ପ୍ରେମିକଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଛି । ଖୁସରୁ ରାଠୋର ନାମକ ଛାତୀ ଜଣଙ୍କ ମହିଳା ଇନ୍ଦୋରର ଏକ କଲେଜରେ ମାଷ୍ଟର ଅଫ ବିଜନେସ ଆଡମିନିଷ୍ଟ୍ରେସନ ପାଠ୍ୟକ୍ରମ କରୁଥିଲେ । ପୋଲିସର କହିବା ଅନୁସାରେ ପ୍ରଥମ ବର୍ଷର ଛାତ୍ରୀ ଜଣକ ମଙ୍ଗଳବାର ଦିନ ପରିବାର ଲୋକଙ୍କୁ କହି, ତାଙଅକ ସାଙ୍ଗର ଜନ୍ମଦିନ ପାର୍ଟିକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଏହା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଝିଅର ବାପା ଙ୍କ ଅଭିଯୋଗ ଯେ, ଜଣେ ମୋ ଝିଅକୁ ଆପତ୍ତିଜନକ ଫଟୋ ପ୍ରସାରଣ କରିଦେବାକୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରୁଥିଲା । ଏହାର ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୀଡିତା ନିଖୋଜ ହେବାର ଦୁଇଦିନ ପରେ ତାଙ୍କ ମୃତଦେହ ଏକ ବାସଭବନରୁ ମିଳିଥିଲା । ସେଠାରେ ଦୁର୍ଗନ୍ଧ ହେବାରୁ ପଡୋଶୀମାନେ ଅଭିଯୋଗ କରିବା ପରେ ପୋଲିସ କବାଟ ଭାଙ୍ଗି ପଶିଥିଲା । ପରେ ଝିଅର ବାପା ତାଙ୍କ ମୋଜା ଦେଖି ତାଙ୍କୁ ଚିହ୍ନଟ କରିଥିଲେ । ପୋଲିସର କହିବା ଅନୁସାରେ ଝିଅକୁ ଗଳାକାଟି ହତ୍ୟା କରାଯାଇଛି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କିଏ ଓ କାହିଁ ଏଭଳି କାଣ୍ଡ ଘଟାଇଲା ତାହାର କାରଣ ଖୋଜୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking