ନୂଆଦିଲ୍ଲୀ: ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ । ଗୋଟିଏ ଗାଡ଼ି ୪ଯି ଭିନ୍ନ ଭିନ୍ନ ଗାଡ଼ିରେ ଲଜ୍ଜା । ଏତିକିରେ ମନ ବୁଝିଲାନି ଯେ କଲେ ଭିଡିଓ ରେକର୍ଡିଂ । ଭିଡିଓ ଦେଖାଇ ବ୍ଲାକମେଲିଂ । ଭିଡିଓ ଭାଇରାଲ କରାଇ ଦେବାର ଭୟ ଦେଖାଇ ଟଙ୍କା ଆଦାୟ କରିବା ଅଭିଯୋଗ ୨ ଜଣ ଗିରଫ । ଭୋପାଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଛି । ଅଭିଯୁକ୍ତ ମେଜର ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲା । ସେ କାର ଭିତରେ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିଲା । ନିଛାଟିଆ ସ୍ଥାନରେ ଏଭଳି କୁକର୍ମ କରୁଥିବାବେଳେ କାରର କାଚ ଖୋଲା ରଖିଥିଲା । ଯାହାର ଫାଇଦା ନେଇ ଅନ୍ୟ ଦୁଇଜଣ ଯୁବକ ଏହାର ଭିଡିଓ ମୋବାଇଲରେ ଉଠାଇଥିଲେ । ସେମାନେ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ । ଏହାସହ ସେମାନେ ଖରାପ ସମ୍ପର୍କ ରଖିବାକୁ ସର୍ତ୍ତ ରଖିଥିଲେ । ତେବେ ସେହି ଭିଡିଓକୁ ମଧ୍ୟ ମୋବାଇଲରେ କଏଦ କରିଥିବାବେଳେ ଭାଇରାଲ କରାଇ ଦେବାକୁ ପରବର୍ତ୍ତୀ ସମୟରେ ଧମକ ଦେଇଥିଲେ । ଭିଡିଓ ଭାଇରାଲ କରାଇ ଦେବାର ଧମକ ଦେଇ ବାରମ୍ବାର ଖରାପ ସମ୍ପର୍କ ମଧ୍ୟ ରଖିଥିଲେ । ପରବର୍ତ୍ତୀ ସମୟରେ ଭୟ ଦେଖାଇ ୪୦ ହଜାର ଟଙ୍କା ମଧ୍ୟ ନେଇଥିଲେ । ନାବାଳିକା ଜଣକ ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ତେବେ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।










