31.1 C
Bhubaneswar
Friday, February 13, 2026
Homeଓଡିଶାରାୟଗଡ଼ାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା: ନିକଟରେ ମାଓ ଶୂନ୍ୟ ରାୟଗଡ଼ା ଜିଲ୍ଲା ଘୋଷଣା ହୋଇଥିଲା । କାରଣ ଆତ୍ମସମର୍ପଣ କରିଥିଲେ ଶହ ଶହ ସଂଖ୍ୟାରେ ମାଓବାଦୀ । ଆଉ ଏହାରି ମଧ୍ୟରେ ପୁଣିଥରେ ରାୟଗଡ଼ା ସହର ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ସହରରୁ ମାତ୍ର ଦେଢ଼ କି.ମି ଦୂର ଅର୍ଥାତ୍ ଦୁମାଗୁଡ଼ା ଗାଁ ନିକଟରେ ମାଓବାଦୀ ମାରିଲେ ପୋଷ୍ଟର।  କେବିକେ ଡିଭିଜନ୍ ପକ୍ଷରୁ ପୋଷ୍ଟର ଲାଗିଥିବା ସୂଚନା ମିଳିଛି।  ମାଓନେତା ମେଘ ଜାନି, ଡମ୍ବୁରୁ ମାଝୀଙ୍କ ନାଁରେ ପୋଷ୍ଟର । ପୋଷ୍ଟରରେ ସବ୍ୟସାଚୀ ପଣ୍ଡା ଆଦିବାସୀ ନଥିବା ଉଲ୍ଲେଖ ହୋଇଛି । ଆଜାଦ୍, ଉଦୟ ଓ ନିଖିଲ ମଧ୍ୟ ଆଦିବାସୀ ନୁହନ୍ତି । ଜିଲ୍ଲାର କମ୍ପାନୀମାନେ ନୀରବ ରହିବାକୁ ଉଲ୍ଲେଖ ହୋଇଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ରଣନତୀ ପ୍ରସ୍ତୁତ କରୁଥିବା ବେଳେ ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛନ୍ତି ମାଓ ସଂଗଠନ । ରାୟଗଡା ସହରରୁ ମାତ୍ର ଦେଢ କିମି ଦୁରରେ ଥିବା ଦୁମାଗୁଡା ଗ୍ରାମ ନିକଟରେ ଏହି ପୋଷ୍ଟର ଲଗାଯାଇଛି। ମାଓବାଦୀ ରାଜ୍ୟ ସଂପାଦକ ମେଘ ଜାନି ଓ ଡମ୍ବୁରୁ ମାଝୀଙ୍କ ନାରେ ଲାଗିଥିବା ଏହି ପୋଷ୍ଟରରେ ମାଓନେତା ସବ୍ୟସାଚୀ ପଣ୍ଡା,ଆଜାଦ୍, ଉଦୟ ଓ ନିଖିଲ ଆଦିବାସୀ ନଥିବା ଉଲେଖ କରାଯିବା ସହ ଜିଲ୍ଲାରେ ଗଢିଉଠିଥିବା କମ୍ପାନୀ ମାନେ ଲୋକଙ୍କୁ ଶୋଷଣ ନକରି ନିରବ ରହିବାକୁ ଉଲ୍ଲେଖ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking