30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବାସନ ଧୋଇବା ଲିକ୍ୟୁଇଡ ପିଇ ୪ ମୃତ

ବାସନ ଧୋଇବା ଲିକ୍ୟୁଇଡ ପିଇ ୪ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାଡା ଜିଲ୍ଲାର ଗଙ୍ଗାପୁର ଥାନା ଅଞ୍ଚଳରେ ଥିବା ଆଲୁଲି ଗାଁରେ ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ଚାରି ଜଣ ଶ୍ରମିକଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଚାରି ଜଣ ଶ୍ରମିକ କାମ ସାରି ଘରକୁ ଫେରିଥିଲେ । ମଦ ଭାବି ବାସନ ଧୋଇବା ଲିକ୍ୟୁଇଡକୁ ପିଇ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିବା ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ମହିଳାଙ୍କ ମହାତ୍ମାଗାନ୍ଧୀ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଏବେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking