ନୂଆଦିଲ୍ଲୀ: ପ୍ରେମକୁ ପାଇବା ପାଇଁ ପରିବାର ଲୋକଙ୍କ ଆଗରେ ମିଛ ଅଭିନୟ । ପରିବାର ଲୋକଙ୍କୁ ଭୂଆ ବୁଲାଇବାକୁ ଯୁବତୀ ରଚିଥିଲେ ଷଡ଼ଯନ୍ତ୍ର। ଅନ୍ଧ ବିଶ୍ବାସକୁ ପରିବାର ଲୋକଙ୍କ ମନରେ ସୃଷ୍ଟି କରିଥିଲେ ଭ୍ରମ । ଉତ୍ତରପ୍ରଦେଶା ଅରୋଲି ଜିଲ୍ଲାର ଜଣେ ଯୁବତୀ ନିଖୋଜ ହେବା ଘଟଣା ଖବରର ଶିରୋନାମା ପାଲଟିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ନିଖୋଜ ଦିନ ପରିବାର ଲୋକେ ଯେତେବେଳେ ଖୋଜିଥିଲେ ତାଙ୍କ ବିଛଣା ଏବଂ ଡ୍ରେସ ଭିତରେ ସାପର କାତି ଏବଂ ଚୂଡ଼ି, ସିନ୍ଦୂର ସବୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରଥମେ ଲୋକେ ଅନ୍ଧ ବିଶ୍ବାସ କରିଥିଲେ । ସେମାନେ ଭାବିଥିଲେ କି, ଝିଅଟି ସାପ ହୋଇଯାଇଛି । ଯେଭଳି ଭାବେ ପୂଜା ସାମଗ୍ରୀ ମିଳିଥିଲା ସମସ୍ତେ ଏହାକୁ ବିଶ୍ବାସ କରିବା ସହ ଭୟ କରିଯାଇଥିଲେ ।
ପରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହା ପୂର୍ବରୁ ଯୁବତୀ ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଆଉ ପ୍ରେମିକ ସମ୍ପର୍କରେ ଜଣାଇଥିଲେ । ଯୁବତୀ ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ କି, ମୁଁ ମୋ ଇଛାରେ ଘର ଛାଡ଼ି ଆସିଛି । ମୁଁ ଏବେ ମୋ ପ୍ରେମିକ ପାଖରେ ଅଛି । ଆମେ ବିବାହ କରିଛୁ । ଆମେ ସାବାଳକ ହୋଇଥିବାବେଳେ ତାଙ୍କୁ ମୁଁ ଭଲ ପାଇ ଘର ଛାଡ଼ିଛି । ତାଙ୍କର କିମ୍ବା ତାଙ୍କ ପରିବାରର ଯେଭଳି କୌଣସି କ୍ଷତି ନୁହୁଏ । ତେବେ ଯୁବତୀ ଜଣକ ସୋସିଆଲ ମିଡିଆରେ ଏହି ଭିଡିଓଟି ପୋଷ୍ଟ କରିବା ପରେ ଏହା ବେଶ ଭାଇରାଲ ହୋଇଥିଲା । ତେବେ ସେ ପ୍ରେମ ପାଇଁ ଏଭଳି ନାଟକ ରଚିଥିବା ଜଣା ପଡ଼ିଥିଲା । ତେବେ ଏହି ଘଟଣାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି । ସେପଟେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହାସହ ଯୁବତୀଙ୍କ ଭିଡିଓରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି ।










