ଭୁବନେଶ୍ୱର: ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦେଶବ୍ୟାପୀ ଧର୍ମଘଟ ଡାକରା । ୧୦ ଟି ଶ୍ରମିକ ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଭାରତ ବନ୍ଦ କରାଯାଇଛି । ବିଭିନ୍ନ ସ୍ଥାନରେ ରେଳରୋକ, ପିକେଟିଂ ଓ ବିକ୍ଷୋଭ କରାଯାଇଛି । କଂଗ୍ରସ ଓ ବିଜେଡି ଏହାକୁ ସମର୍ଥନ କରିଛନ୍ତି । ପେଟ୍ରୋଲ ପମ୍ପ, ଶିକ୍ଷାନୁଷ୍ଟାନ ଓ ବୟାହ୍କ ସେବା ବାଧାପ୍ରାପ୍ତ ହୋଇଛି । ବନ୍ଦ ସଫଳ ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚ ନିବେଦନ କରିଛନ୍ତି । ଭାରତ ବନ୍ଦର ପ୍ରଭାବ ଭୁବନେଶ୍ୱରରେ ଦେଖାଦେଇଛି । ମାଷ୍ଟର କ୍ୟାଣ୍ଟିନ ଆମ ବସ ଡିପୋରେ ତାଲା ପକାଇ ଦିଆଯାଇଛି । ଗେଟରେ ତାଲା ପକାଇ ଶ୍ରମିକ ସଂଗଠନ କର୍ମକର୍ତ୍ତା ବିକ୍ଷୋଭ କରିଛନ୍ତି । ସେହିପରି ବ୍ରହ୍ମପୁର ରେଳ ଷ୍ଟେସନରେ ଶ୍ରମିକ ସଂଗଠନ ଧାରଣାରେ ବସିଛନ୍ତି । ସହରର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି । ଅନ୍ୟପଟେ ବାଙ୍ଗିରିପୋଷୀ- ପୁରୀ ଏକ୍ସପ୍ରେସ ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ ।
ସହରରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।୨୧ ନଭେମ୍ବର ୨୦୨୫ ରେ ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି । ସେହିପରି ବଲାଙ୍ଗୀରରେ ଜିଲ୍ଲା ମୁଖ୍ୟ ଡାକଘରେ ତାଲା ପକାଇ ବିକ୍ଷୋଭ କରାଯାଇଛି । ସକାଳୁ ପରିବା ବଜାର ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଭଦ୍ରକ କଲେଜ ଛକ ନିକଟରେ ଏନଏଚ ୧୬ ଅବରୋଧ କରିଛନ୍ତି । ଏଆଇସିସିଟିୟୁ ପକ୍ଷରୁ ଗାଡିରୋକ, ଜୀବନଯାତ୍ରା ପ୍ରଭାବିତ ହୋଇଛି । ଭାରତ ବନ୍ଦର ପ୍ରଭାବ ରାୟଗଡାରେ ମଧ୍ୟ ଦେଖିବାକୁ ମିଳିଛି । କପିଳାଶ ଓ ଶେରିଗୁଡା ଛକରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି । ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ରାସ୍ତା ଅବରୋଧ କରିଛନ୍ତି । ଗୁଣପୁର ବାଇପାସ ଛକରେ ଟାୟାର ଜାଳି ବିକ୍ଷୋଭ କରିଛନ୍ତି । ପାରାଦୀପ ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ପାରାଦୀପ ପୋର୍ଟ ୩ ନମ୍ବର ଗେଟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଛନ୍ତି । ରଙ୍ଗିଆଗଡ ବ୍ରିଜ , ତ୍ରିଲୋଚନପୁର ରାସ୍ତା, କୁଜଙ୍ଗ ବଜାର ନିକଟରେ ଆନ୍ଦୋଳନ ଦେଖାଦେଇଛି । ଏପଟେ ଭାରତ ବନ୍ଦକୁ ନେଇ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସକାଳ ୯ଟା ସୁଦ୍ଧା ଏଣ୍ଟ୍ରି, ୧୦ଟା ୧୫ରେ ଗେଟ ବନ୍ଦ ପାଇଁ କୁହାଯାଇଛି । ଆଜିର ୧୨ ଘଣ୍ଟିଆ ଭାରତ ପାଇଁ କଡା ନିର୍ଦ୍ଦେଶନାମା ଜାରି ହୋଇଛି । ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ତା କଡା କଡି କରାଯାଇଛି । ରାଜୀବ ଭବନ ଓ କୃଷି ଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବ୍ୟାପକ ପ୍ରସ୍ତୁତ କରାଯାଇଛି ।










