କଲମପୁର: ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ଏକ ହାଇୱା ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗାଁର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ନିଜ ଗାଁକୁ ଫେରୁଥିଲେ।
ଏତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହ ଧକ୍କା ହେଇଥିଲା। ହାଇୱାଟି ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କ ମୃତ୍ୟୁ ଘଟିଥିଲା। ବାସୁଦେବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେପଟେ ଦୁର୍ଘଟଣା ଘଟାଇଥିବା ହାଇୱାଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସଆଇ ଶିବ ଶଙ୍କର ମହାନ୍ତି ଏବଂ କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।










