26.1 C
Bhubaneswar
Wednesday, February 11, 2026
Homeଓଡିଶାଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଗୁରୁତର

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଗୁରୁତର

ସୁନ୍ଦରଗଡ: ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ୨ ଗ୍ରାମବାସୀ ଗୁରୁତର । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଟୋପାଡିହି ଠାରୁ ମାତ୍ର ୧୦ କିଲୋମିଟର ଦୂରେ ଝାଡଖଣ୍ଡ ପଶ୍ଚିମସିଂହ ଭୂମ ଜିଲ୍ଲା ଅନ୍ତର୍ଗତ ତିରିଲପୋସି ଗାଁ ନିକଟ ସରଣ୍ଡା ଜଙ୍ଗଲରେ ବିସ୍ଫୋରଣ ହୋଇଛି । ନକ୍ସଲଙ୍କ ଦ୍ୱାରା ସୁରକ୍ଷାବଳକୁ ଲକ୍ଷ୍ୟ ଏହି ଲ୍ୟାଣ୍ଡମାଇନ ପୋତାଯାଇଥିଲା । ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ମଙ୍ଗଳବାର ସନ୍ଧ୍ୟାରେ ୨ ଗ୍ରାମବାସୀ ଗୁରୁତର ହୋଇଛନ୍ତି । ସୁରକ୍ଷା ବଳ ତୁରନ୍ତ ସରଣ୍ଡା ଜଙ୍ଗଲରୁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଅନ୍ଧାର, ସୁରକ୍ଷା ଦୃଷ୍ଟି କୋଣରୁ ଉଦ୍ଧାର କାର୍ଯ୍ୟ ସମସ୍ୟା କରିବାକୁ ପଡୁଛି । ତେବେ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking