ଢେଙ୍କାନାଳ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟକ୍ଷଦର୍ଶୀ ମାଧବ ଚୈତନ୍ୟଙ୍କ ରବିବାର କୋର୍ଟ ବୟାନ ଅନୁଯାୟୀ ଆଜିର ପ୍ରକାଶିତ ଖବରକାଗଜକୁ ଇ. ଦେବାଶିଷ ହୋତା ମାନ୍ୟବର ହାଇକୋର୍ଟରେ ଏକ ଅତିରିକ୍ତ ଡକ୍ୟୁମେଣ୍ଟ ହିସାବରେ ଦାଖଲ କରିଛନ୍ତି। ମାଧବ ଚୈତନ୍ୟଙ୍କ ଏହି ବୟାନ ଅନୁଯାୟୀ ପୁର୍ବରୁ ହୋଇଥିବା କ୍ରାଇମ୍ବ୍ରାଞ୍ଚ ତଦନ୍ତ ଏବଂ ତଦନୁଯାୟୀ ବିଚାର ଦିଗହରା ଅଟେ। ଶ୍ରୀ ମାଧବଙ୍କ ବୟାନ ଅନୁସାରେ, ୧୭ ବର୍ଷ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଏବେ ଯାଏଁ ପରେଡ କରାଯାଇ ନାହିଁ। ମୁଖ୍ୟ ଆସାମୀ ଖୋଲା ବୁଲୁଛି। ବାକିମାନେ ବେଲ୍ ପାଇସାରିଛନ୍ତି। ଲକ୍ଷ୍ମଣାନନ୍ଦ ହତ୍ୟାର ମୁଖ୍ୟ ଷଡଯନ୍ତ୍ରକାରୀମାନେ ପଦାରେ ବୁଲୁଛନ୍ତି । ତିନୋଟି ଯାକ ବିଚାର ବିଭାଗୀୟ କମିଶନ ରିପୋର୍ଟ ଗତ ୨୦୧୫ ମସିହାରୁ ପଡିରହିଛି। ବିଜେଡି ପରିଚାଳିତ ତତ୍କାଳୀନ ରାଜ୍ୟ ସରକାରଙ୍କର ବିଭିନ୍ନ ସଂସ୍ଥା କରିଥିବା ତଦନ୍ତ ଭୂଲ୍ ବାଟରେ ଥିଲା ବୋଲି ମୁଁ ହାଇକୋର୍ଟରେ କରିଥିବା ଯୁକ୍ତିର ସତ୍ୟତାକୁ ମାଧବ ଚୈତନ୍ୟଙ୍କ ଉପରୋକ୍ତ ବୟାନ ପ୍ରମାଣିତ କରୁଛି ।
ତେଣୁ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ ତୁରନ୍ତ କରାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁ ଅନୁରୋଧ କରୁଛି ବୋଲି ଇ. ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି। ଗତ ୩ ବର୍ଷ ପୁର୍ବରୁ ଇ. ହୋତାଙ୍କ ଦ୍ୱାରା ସମସ୍ତ ଜିଲ୍ଲା ଗସ୍ତ କରିଥିବା ୪୦୭୭ କିଲୋମିଟରର ଅଖଣ୍ଡ ଜ୍ୟୋତି ଯାତ୍ରା ଯୋଗୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଧ୍ୟ ହୋଇ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ପୁଣିଥରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନ ହୋଇ ଇ. ହୋତା ଏହି କେସ୍ଟି ଦାୟର କରିଛନ୍ତି। ପ୍ରକାଶ, ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ ପାଇଁ ଇ. ହୋତା ହାଇକୋର୍ଟରେ ଗତ ୧୮ ଡିସେମ୍ବର ୨୦୨୩ ଦିନ ଏକ କେସ ଫାଇଲ୍ କରିବା ପରେ ଗତ ୨ ଜାନୁଆରୀ ୨୦୨୪ ଦିନ ମାନ୍ୟବର ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶ ଏହି କେସର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ସିବିଆଇ ତଦନ୍ତକୁ ବିଜେଡି ପରିଚାଳିତ ତତ୍କାଳୀନ ରାଜ୍ୟ ସରକାର ବିରୋଧ କରିଥିଲା। ୧୫ ଏପ୍ରିଲ୍୍ ୨୦୨୪ ଦିନ ମାନ୍ୟବର ହାଇକୋର୍ଟଙ୍କ ଆଉ ଜଣେ ବିଚାରପତି ଭି ନରସିଂହ ଏବଂ ୧୬ ଜୁଲାଇ ୨୦୨୪ ଦିନ ମାନ୍ୟବର ହାଇକୋର୍ଟଙ୍କ ଅନ୍ୟ ଜଣେ ବିଚାରପତି ଗୌରିଶଙ୍କର ସତପଥୀ ଏହି ମାମଲାର ଶୁଣାଣି କରିବା ପରେ ଗତ ଦେଢ ବର୍ଷ ହେବ ଏହାର ଆଉ ଲିଷ୍ଟ୍ ହେଉ ନାହିଁ । ତେଣୁ ଇ. ହୋତା ୩୦ଟି ଯାକ ଜିଲ୍ଲାର ହଜାର ହଜାର ସନାତନୀଙ୍କ ସହିତ ଗତ ୨୪ ଅଗଷ୍ଟ ୨୦୨୪ ଦିନ ଲୋୟର ପିଏମ୍ଜିରେ ଧାରଣା ଦେଇଥିଲେ।
ପ୍ରବଳ ବର୍ଷା ଏବଂ ଘଡଘଡିକୁ ଖାତିର ନ କରି ଦୀର୍ଘ ୧୨ ଘଣ୍ଟା ଧରି ଆନ୍ଦୋଳନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଇଂ. ହୋତାଙ୍କୁ ଡକାଇ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ ପାଇଁ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଦାବିପୂରଣ ନ ହେବାରୁ ଇଂ. ହୋତା ୩୦ଟି ଯାକ ଜିଲ୍ଲାର ହଜାର ହଜାର ସନାତନୀଙ୍କ ସହିତ ପୁଣିଥରେ ଗତ ୧ ଫେବୃଆରୀ ୨୦୨୫ ତଥା ୨୩ ଅଗଷ୍ଟ ୨୦୨୫ ଦିନ ଲୋୟର ପିଏମ୍ଜିରେ ଧାରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ କେନ୍ଦୁଝର ଜିଲ୍ଲା ମନୋହରପୁରରେ ୧୯୯୯ ମସିହା ଗ୍ରାହମ୍ଷ୍ଟେନ୍ସ୍ ହତ୍ୟାର ଷଡଯନ୍ତ୍ରକାରୀ ବୋଲି ହିନ୍ଦୁ ନେତା ଦାରାସିଂ ୨୬ ବର୍ଷ ହେବ କେନ୍ଦୁଝର ଜେଲ୍ରେ ସଜ୍ଜା କାଟୁଥିବାବେଳେ ୨୦୦୮ ମସିହା ଲକ୍ଷ୍ମଣାନନ୍ଦ ହତ୍ୟାର ଷଡଯନ୍ତ୍ରକାରୀ କନ୍ଧମାଳ ଜିଲ୍ଲା ଖ୍ରୀଷ୍ଟିଆନ ନେତା ସ୍ୱରୁପାନନ୍ଦ ପାତ୍ରର ପୁଅ ସସ୍ମିତ୍ ବିଜେଡି ରାଜ୍ୟସଭା ଏମ୍ପି ଭାବରେ ଖୋଲା ବୁଲିବା ସାଢେ ଚାରି କୋଟି ଓଡିଆଙ୍କ ମନରେ ସନ୍ଦେହକୁ ବହୁଗୁଣିତ କରୁଛି । ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ସିବିଆଇ ଏନକ୍ୱାରୀ କରା ନ ଗଲେ ୩୦ଟି ଯାକ ଜିଲ୍ଲାର ସନାତନୀଙ୍କ ସହିତ ଲୋୟର ପିଏମ୍ଜିରେ ପୁଣିଥରେ ଆସନ୍ତା ରଷ୍ଟ୍ରୀୟ ନବ ବର୍ଷ ଚୈତ୍ର ଶୁକ୍ଲ ପ୍ରତିପଦା ୧୯ ମାର୍ଚ୍ଚ ୨୦୨୬ ଦିନ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଇଂ ହୋତା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।










