24.1 C
Bhubaneswar
Tuesday, February 10, 2026
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । କୁତ୍ରା ବ୍ଲକ୍ ଅନ୍ତର୍ଗତ ଲାଞ୍ଜିବେଣା -ବିହାବନ୍ଧ ରାସ୍ତାରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କୁ ଖେରାମୁଡା ଗ୍ରାମର ବିନୋଦ ମାଝୀ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ବିନୋଦ ଗଛ କାଟିବାକୁ ଯାଇଥିବା ସମୟରେ ପାଖରେ ଥିବା ଉଚ୍ଚ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଏହା ଫଳରେ ଘଟଣାସ୍ଥଳରେ ଆଘାତ ପାଇଁ ମୃତ୍ୟୁବରଣ କରିଥିଲେ । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରି ଯୁବକଙ୍କୁ ଉଦ୍ଧାର କରିଥିଲେ । ଏତିକି ବେଳଖୁ ତାଙ୍କର ଜୀବନ ଚାଲିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଅଘଟଣ ପାଇଁ କିଏ ଦାୟୀ ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking