ଭୁବନେଶ୍ୱର: ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ୩ ମାଙ୍କଡ ଉପାଖ୍ୟାନ । ନାଁ ନ ନେଇ ସଞ୍ଜୟ ଦାସବର୍ମା ଏବଂ ବିଜେଡିକୁ ଟାର୍ଗେଟ କଲେ । କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ବିଜେପିରେ ମିଶିବା ପରେ ତେରଛା ବାଣ ମାରିଛନ୍ତି । ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ, ଆଉ ଅଟକିବୁ ନାହିଁ । ବିଜେଡିରେ ସସ୍ପେଣ୍ଡ୍, ବହିଷ୍କାର କରି କରି ମୁଖିଆଙ୍କୁୁ ମିଶାଇ ମାତ୍ର ୩ ରହିବେ । ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଉପକୁଳିଆ, ଆଉ ନିଜେ ମୁଖିଆ । ବିଜେପିରେ ଯେମିତି ମିଶ୍ରଣ ଚାଲୁଛି ବିଜେଡିରେ ସେମିତି ନିମ୍ବନ ପ୍ରକ୍ରିୟା ଚାଲିଥିବ ।










