29.1 C
Bhubaneswar
Monday, February 9, 2026
Homeଓଡିଶାଉକୁଣୀ ନେଲା କୁନି ଝିଅର ଜୀବନ

ଉକୁଣୀ ନେଲା କୁନି ଝିଅର ଜୀବନ

ପୁରୀ: ଉକୁଣୀ ପାଇଁ ଚାଲିଗଲା କୁନି ଝିଅର ଜୀବନ । ପରିବାର ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ ୧୨ ବର୍ଷିୟା ନାବାଳିକାର ମୃତ୍ୟୁ ଘଟିଛି ।ଏଭଳି ଘଟଣା ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ ସାହିରେ । ମୃତକ ହେଲେ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍‌ମୀପ୍ରିୟା ସାହୁ । ସୂଚନା ଅନୁସାରେ ଲକ୍ଷ୍‌ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । କିଛି ଉପଚାର କଲେ ମଧ୍ୟ ଭଲ ହେଉନଥିଲା । ମା ସତ୍ୟଭାମା ସାହୁ ଲଣ୍ଡା ହେବାକୁ କହିଥିଲେ ହେଲେ ଲକ୍ଷ୍‌ମୀପ୍ରିୟା ରାଜି ହୋଇନଥିଲେ । ଏହାରି ଭିତରେ ଉକୁଣୀଗୁଡିକ ଖପୁରୀକୁ ଆକ୍ରାନ୍ତ କରିଥିଲେ । ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍‌ମୀପ୍ରିୟା ବାହାରକୁ ବାହାର କରିବା ବନ୍ଦ କରିଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକ କିଛି ଜାଣିପାରିନଥିଲେ । ୩ଦିନ ତଳେ ହଠାତ ତାଙ୍କର ରକ୍ତବାନ୍ତି ହୋଇଥିଲା । ପରିବାର ଲୋକେ ଲକ୍ଷ୍‌ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍‌ମୀପ୍ରିୟାଙ୍କ ଦେହାନ୍ତ ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking