ସୁନ୍ଦରଗଡ: ସୁନ୍ଦରଗଡରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ । ମୃତକଙ୍କ ପରିଚୟ ମିଳିପାରିନାହିଁ । ଉଷ୍ମା ଥାନା ଯୋଗୀମାଲ ସରଧାପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଏକ ସ୍କୁଟି ଯୋଗେ ଦୁଇ ଜଣ ଯାଉଥିବା ସମୟରେ ସରଧାପାଲି ଛକ ନିକଟରେ ଏକ ଦ୍ରୁତଗାମୀ ସିମେଣ୍ଟ ବୋଝେଇ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଛି । ଧକ୍କା ଏତେ ଜୋର ଥିଲା ଯେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛିା ତାଙ୍କ ସହ ଥିବା ଆଉ ଜଣେ ୮ ବର୍ଷର ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










