29.1 C
Bhubaneswar
Sunday, February 8, 2026
Homeଓଡିଶାସରକାରୀ ଉଦ୍ୟୋଗ ବିଭାଗର କାର୍ଯ୍ୟକଳାପ ସମୀକ୍ଷା

ସରକାରୀ ଉଦ୍ୟୋଗ ବିଭାଗର କାର୍ଯ୍ୟକଳାପ ସମୀକ୍ଷା

ଶ୍ରୀ ସାଦିକ ଆଲାମ ପୂର୍ବାହ୍ନରେ ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ଉଦ୍ୟୋଗ ବିଭାଗର କାର୍ଯ୍ୟକଳାପ ସମୀକ୍ଷା କରିଛନ୍ତି । ସେ ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକୁ ଅଧିକ ସକ୍ରିୟ କରିବା ପାଇଁ କର୍ପୋରେଟ୍ ଗଭର୍ଣ୍ଣାନ୍ସ ମାନୁଆଲରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର କାର୍ଯ୍ୟଦକ୍ଷତାର ସମୀକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ୱାରା ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର କିପରି ଆର୍ଥିକ ସୁଦୃଢୀକରଣ କରାଯାଇପାରିବ ଏବଂ ଏଗୁଡ଼ିକୁ ଲାଭଜନକ କମ୍ପାନୀ ଭାବେ ପରିଗଣିତ କରାଯାଇପାରିବ ସେ ସମ୍ପର୍କରେ କାର୍ଯ୍ୟ କରିବାପାଇଁ ମାର୍ଗଦର୍ଶନ କରିଛନ୍ତି । ବିଭିନ୍ନ ରାଜ୍ୟ ସରକାରୀ ଉଦ୍ୟୋଗଗୁଡିକରେ ନିଯୁକ୍ତି ପାଇଁ ସ୍ୱାଧୀନ ନିର୍ଦ୍ଦେଶକମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ଏବଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଶେଷରେ ଏହି ବିଭାଗକୁ ଚଳଚଞ୍ଚଳ କରିବାପାଇଁ ଓ ସମସ୍ତଙ୍କର ସହଯୋଗ ଲୋଡିବା ସହ ଏକଜୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ‘ଭିଜନ ୨୦୩୬’ ଏବଂ ‘ଭିଜନ ୨୦୪୭’ ସହ ସାମଞ୍ଜସ୍ୟ ରଖି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ପାଇଁ ରାଜ୍ୟର ସରକାରୀ ଉଦ୍ୟୋଗ ଗୁଡ଼ିକୁ ଭଲଭାବେ ପରିଚାଳିତ, ସକ୍ରିୟ ଏବଂ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ସେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦଳଗତ ମନୋଭାବ ଏବଂ ମିଳିତ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking