ଭୁବନେଶ୍ୱର: ବିଜେପିକୁ ବିଜେଡିର ଚେତାବନୀ । ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପ୍ରସଙ୍ଗରେ ବିଜେଡିର ଚେତାବନୀ । ପ୍ରେସ୍ମିଟ୍ କଲା ବିଜୋଡି । ୨୦୨୪ର ବିଲ୍କୁ କାହିଁକି ସଂଶୋଧନ କରାଗଲା ପ୍ରଶ୍ନ କରିବା ସହ କାହିଁକି ୨୦୨୫ରେ ସଂଶୋଧନ କରାଗଲା ବୋଲି ପଚାରିଛି ବିଜେଡି । ବିଜେଡି କହିଛି ଯେ ୧୩ଟି ସରକାରୀ ବିଶ୍ୱବିଦ୍ୟାଳ୍ୟରେ କୁଳପତି ନାହାନ୍ତି । ଗେଷ୍ଟ ଫାକଲ୍ଟିରେ ବିଶ୍ୱବିଦ୍ୟାଳୟ ଚିଲିଛି । ୨ ମାସ ହେବ ଅଧ୍ୟାପକ ଓ କର୍ମଚାରୀଙ୍କୁ ଦରମା ମିଳିନି । ଫେବୃଆରୀ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରନ୍ତୁ । ନଚେତ ସବୁ ଶିକ୍ଷାନୁଷ୍ଠାନ ଆଗରେ ବିକ୍ଷୋଭ କରିବୁ ।










