ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳକାଣ୍ଡ ଘଟିଛି ।ଏଥିରେ ବାଘଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ସମେତ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ବାହାଘର ପ୍ରୋସେସନ ଚାଲିଥିବା ବେଳେ କିଛି ଯୁବକ ମାତାଲ ଅବସ୍ଥାରେ ଗ୍ରାମର କିଛି ଘରକୁ ଇଟା ପଥର ଫୋପାଡିଥିଲେ । ଏହାକୁ ପ୍ରତିବାଦ କରିବାରୁ ଘରେ ପଶି ଖଣ୍ଡା ଏବଂ ଲୁହାରଡରେ ଆକ୍ରମଣ କରିଥିବା ସୂଚନା ମିଳିଛି ।









