33.1 C
Bhubaneswar
Tuesday, June 2, 2026
Homeଓଡିଶାଗୋଟିଏ ରଶିରେ ଝୁଲି ପଡ଼ିଲେ ଦମ୍ପତି

ଗୋଟିଏ ରଶିରେ ଝୁଲି ପଡ଼ିଲେ ଦମ୍ପତି

ପିପିଲି: ରାତିରେ ପଡ଼ୋଶୀଙ୍କ ସହ କଥା ହୋଇ ଶୋଇବାକୁ ଗଲେ ସ୍ଵାମୀ, ସ୍ତ୍ରୀ । ହେଲେ ସକାଳୁ ଆଉ କବାଟ ଖୋଲିଲେନି । ସନ୍ଦେହ ହେବାରୁ ପୋଲିସକୁ ଖବର ଦେଲେ ପଡ଼ୋଶୀ । ଆଉ ପୋଲିସ ଆସି କବାଟ ଭାଙ୍ଗି ଘରେ ପଶିବା ବେଳେକୁ ସବୁ ସରି ଯାଇଥିଲା । ଫ୍ୟାନ୍‌ରେ ଗୋଟିଏ ରଶିରେ ଝୁଲୁଥିଲା ଦୁଇ ଦୁଇଟି ମୃତଦେହ ।ସାତଶଂଖ ଫାଣ୍ଡି ଅଧିନସ୍ଥ ଅର୍ଜୁନସିଂହପୁର ଗାଁରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ଗାଁର ଭାସ୍କର ଚନ୍ଦ୍ର ଦାସ ଏବଂ ତାଙ୍କ ସ୍ତ୍ରୀ କାଜଲ ଦାସ ଘର ଭିତରୁ କବାଟ ବନ୍ଦ କରି ରଶି ଲଗାଇ ଝୁଲି ପଡ଼ିଛନ୍ତି । ହେଲେ ଭାସ୍କର ଓ କାଜଲ କାହିଁକି ଆତ୍ମହତ୍ୟା କଲା ତାହା ଜଣାପଡ଼ି ନାହିଁ । ସକାଳୁ ଘର କବାଟ ବନ୍ଦ ଥିବା ଦେଖି ପଡୋଶୀ ଡାକିଥିଲେ କିନ୍ତୁ ଦମ୍ପତି କବାଟ ନ ଖୋଲିବାରୁ ସାତଶଂଖ ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ପହଞ୍ଚି କବାଟ ବାଡ଼େଇ ଡାକିଥିଲେ ମଧ୍ୟ କେହି ଶୁଣି ନଥିଲେ ।ଏହା ପରେ ଝରକା ପଟେ ଦେଖିବାରୁ ଜଣାପଡ଼ିଥିଲା ଉଭୟ ରଶି ଲଗାଇ ଝୁଲି ପଡ଼ିଛନ୍ତି । ପରେ ସାଇଣ୍ଟିଫିକ୍ ଟିମ୍, ପିପିଲି ଏସଡିପିଓ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଘରର କବାଟ ଭଙ୍ଗା ଯାଇ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଭାସ୍କର ଦାସ ସ୍ଥାନୀୟ ଏକ ଗଦି ଫ୍ୟାକ୍ଟ୍ରିରେ ରାତ୍ର ଜଗୁଆଳି ଭାବରେ କାମ କରୁଥିଲେ । ସୋମବାର ରାତିରେ ଭାସ୍କର ଡ୍ୟୁଟି ଯାଇ ନଥିଲେ । କୌଣସି କାରଣକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରା ଯାଉଛି । ପୋଲିସ ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ଘର ଭିତରେ ଥିବା ଟେବୁଲ୍‌ରେ ୨ଟି ବେଲାରେ କ୍ଷୀର ରହିଛି । ସମ୍ଭବତଃ ଶୋଇବା ପୂର୍ବରୁ ଦମ୍ପତି କ୍ଷୀର ପିଇଥାନ୍ତେ । ତା’ ପୂର୍ବରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏକ ସୁଇସାଇଡାଲ୍ ନୋଟ ଜବତ କରିଛି । ତେବେ ସ୍ଵାମୀ, ସ୍ତ୍ରୀ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking