22.1 C
Bhubaneswar
Friday, February 6, 2026
Homeଓଡିଶାବରିଷ୍ଠ ବିଜେଡି ନେତା କୃତିବାସ ପାତ୍ରଙ୍କ ପରଲୋକ

ବରିଷ୍ଠ ବିଜେଡି ନେତା କୃତିବାସ ପାତ୍ରଙ୍କ ପରଲୋକ

ରାଜନଗର: ରାଜ୍ୟ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ, ଫିସଫେଡର ଅଧ୍ୟକ୍ଷ, କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି, ରାଜନଗର ପଞ୍ଚୟତ ସମିତର ପ୍ରାକ୍ତନ ଅଧ୍ୟକ୍ଷ, ରାଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କୃତିବାସ ପାତ୍ରଙ୍କ (୮୨)ବର୍ଷ ବୟସରେ ପରଲୋକ ହୋଇଯାଇଛି । ରାଜନଗର ବ୍ଲକ୍ ବନ୍ଧପଡ଼ା ପଞ୍ଚାୟତରୁ ସରପଞ୍ଚ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ପାତ୍ର ରାଜନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ। ଏହାପରେ ସେ ପ୍ରଥମେ କଂଗ୍ରେସ ଦଳ ଓ ପରେ ବିଜୁ ଜନତାଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ସହିତ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ଜଣେ ଅନମନୀୟ ରାଜନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱର୍ଗତ ପାତ୍ର ୯୦ଦଶକରେ ରାଜନଗର ତହସିଲଦାର ଘରଭଙ୍ଗା ଟଙ୍କା ବଣ୍ଟନରେ ଅନିୟମିତତା ଅଭିଯୋଗରେ ତହସିଲଦାରଙ୍କୁ ମାଡମାରି ଜେଲ୍ ଯାଇଥିଲେ। ସେହିଦିନଠାରୁ ଜେଲ ଟାଇଗର ଭାବେ ସାଧାରଣରେ ନିଜର ଅନ୍ୟ ଏକ ପରିଚୟ ସୃଷ୍ଟି କରିଥିଲେ। ବିଜୁ ଜନତାଦଳର କେନ୍ଦ୍ରାପଡା ଜିଲ୍ଲା ସଭାପତି ହେବା ସହ ରାଜ୍ୟ କୃଷିଶିଳ୍ପ ନିଗମର ଅଧ୍ୟକ୍ଷ, ଫିସଫେଡର ଅଧ୍ୟକ୍ଷ ଓ ରାଜ୍ୟ କୃଷି ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚଳିତ ମାସ ୬ତାରିଖ ଶୁକ୍ରବାର ଦିନ ପ୍ରାୟ ସକାଳ ୭ଟା ସମୟରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ଦଳର ନେତୃବୃନ୍ଦ ତାଙ୍କର ଶେଷ ଦର୍ଶନ କରିଥିଲେ। ଭୁବନେଶ୍ୱରରୁ ତାଙ୍କ ଶବ ଶୋଭାଯାତ୍ରା ବାହାରି ରାଜନଗର ପଞ୍ଚାୟତ ସମିତି ପରିସରକୁ ଆସିଥିଲା।

ଶୋକାକୂଳ ପରିବେଶରେ ପଞ୍ଚାୟତ ସମିତି ପରିସରରେ ବିଧାୟକ ଧ୍ରୁବ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଡିଓ ତିଳୋତମା ପୃଷ୍ଟି, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ରପ୍ରସାଦ ରାଉତ, କଂଗ୍ରେସ ଜିଲ୍ଲା ଉପସଭାପତି ତଥା ନିର୍ବାଚନ ମଣ୍ଡଳୀ ନେତା ଅଶୋକ କୁମାର ପ୍ରତିହାରୀ, ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ରାଉତ, ବିଜେପି ନେତା ସନ୍ତୋଷ ମହାନ୍ତି, ବିକ୍ରମ ବାରିକ, ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ବିଜେଡି ନେତା ରାଜେଶ ପଣ୍ଡା, ଭଗବତୀ ରାଉତ, କୈଳାସ ପରିଡା, ଦିଲ୍ଲୀପ ପାତ୍ର, ବୈବର୍ତନାରାୟଣ ବିଶ୍ୱାଳ, ରଞ୍ଜନ ମହାନ୍ତି, ଦେବେନ୍ଦ୍ର ଜେନା, ବିଜୟ ନାୟକ, ମାଧବାନନ୍ଦ ରାଉତ, କୈଳାସଚନ୍ଦ୍ର ମହାନ୍ତି, ସରପଞ୍ଚ ଅଶୋକ କୁମାର ମହାନ୍ତି, ଗୋଲେଖ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡାଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଅମର ରାଉତ, ଦାମୋଦର ବିଶ୍ୱାଳ, ଅମର ସ୍ୱାଇଁ, ସଂଗ୍ରାମ ବେହେରା, ନିରାକାର ସ୍ୱାଇଁ, କ୍ଷୀରୋଦ ରାଉତ, ସାମ୍ବାଦିକ ବସନ୍ତ କୁମାର ହାତି, କନିଷ୍ଠ ଯନ୍ତ୍ରୀ ପ୍ରଭାତ ମାଝି, ଜିପିଇଓ ମନୋଜ କୁମାର ବେହେରାଙ୍କ ସହ ଶତାଧିକ ନେତୃବୃନ୍ଦ, ସାଧାରଣ ଲୋକେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ରାଜନଗର ବିଭିନ୍ନ ଦଳୀୟ କାର୍ଯ୍ୟାଳୟ ସମେତ ରାଜନଗର ବଣିକ ସଂଘର କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଶବ ଶୋଭାଯାତ୍ରା ସାନବଡ ଗୋପାଳପୁର ବଜାର, ଭାଟପଡା ଦେଇ ବନ୍ଧପଡା ପଞ୍ଚାୟତ ପରିକ୍ରମା କରି ନିଜ ଜନ୍ମମାଟି ମଧ୍ୟପଡା(କଣ୍ଡିଆ)ଠାରେ ପହଞ୍ôଚଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବିଭିନ୍ନ ଦଳର ବହୁ ନେତୃବୃନ୍ଦ ତାଙ୍କର ଶେଷ ଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏକମାତ୍ର ପୁତ୍ର ଦେବାଶିଷ ମୁଖାଗ୍ନି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking