ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଗଣ ଦୁଷ୍କର୍ମ ପରେ ବିଷ ଦେଇ ମାରିଦେଲେ ଦୁର୍ବୃତ୍ତ । ଗତକାଲି ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ନାବାଳିକା । ବିଶ୍ରା ତାନା ବାଗଡେଗା ଜଙ୍ଗଲରୁ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ମେଡିକାଲକୁ ନିଆଯାଇଥିଲା । ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ କରିଛନ୍ତି ପରିବାର । ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ମୃତଦେହ ରଖାଯାଇଛି । ମୃତଦେହ ନିକଟରୁ ବିଷ ବୋତଲ ଜବତ ହୋଇଛି । ନାବାଳିକାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।










