31.1 C
Bhubaneswar
Friday, February 6, 2026
Homeଓଡିଶାହୋଟେଲ ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ!

ହୋଟେଲ ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ!

ଭୁବନେଶ୍ୱର: ଅଧରାତିରେ ଭୁବନେଶ୍ୱର ଖଣ୍ଡଗିରିରେ ଆତଙ୍କ ରାଜ । ଗେଷ୍ଟ ହାଉସରେ ପଶି କର୍ମଚାରୀଙ୍କୁ ପିଟିବା ସହ ମ୍ୟାନେଜରଙ୍କୁ ଅପହରଣ କରିନେଇଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଗଣ୍ଡ ମୁଣ୍ଡାର ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ କିଛି ଯୁବକ ଗେଷ୍ଟ ହାଉସର ରୁମ ମାଗିଥିଲେ । ତେବେ ରୁମ ଖାଲି ନଥିବା କହବାରୁ ହୋଟେଲ ଭିତରେ ଭଙ୍ଗାରୁଜା କରିବା ସହିତ ମ୍ୟାନେଜରଙ୍କୁ ଅପହରଣ କରିନେଇ ଏକ ଗାଡି ଭିତରେ ନିସ୍ତୁକ ମାଡ ମାରିଥିଲେ । ତେବେ ଏପରିକି ଗେଷ୍ଟ ହାଉସରେ ରହିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମ୍ୟାନେଜରଙ୍କୁ ଉଦ୍ଧାର କରିବା ସହିତ ୫ ଅଭିଯୁକ୍ତଙ୍କୁ ଧରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking