31.1 C
Bhubaneswar
Friday, February 6, 2026
Homeଓଡିଶାସହରୀ ଗରୀବଙ୍କୁ ଭଡାରେ ଘର ଦେବେ ସରକାର

ସହରୀ ଗରୀବଙ୍କୁ ଭଡାରେ ଘର ଦେବେ ସରକାର

ଭୁବନେଶ୍ୱର: ସହରରେ ଆଉ ରହିବନି ଘରଭଡା ଟେନସନ । ଏଣିକି ସହରୀ ଗରିବଙ୍କୁ ସରକାର ଦେବେ ଘରଭଡା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘରଗୁଡିକୁ ଭଡା ସୂତ୍ରରେ ଦିଆଯିବ । ପ୍ରଧାନମନ୍ତ୍ରୀ ସହାରଞ୍ଚଳ ଆବାସ ଯୋଜନାରେ ୨.୦ ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡା ଘର ଯୋଗାଇ ଦେବେ ସରକାର । ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି , ଅର୍ଥ, ଖାଦ୍ୟ ଯୋଗାଣ , ମହିଳା ଏବଂ ଶିଶୁ କଲ୍ୟାଣ , ପଞ୍ଚାୟତିରାଜ, ଅନୁସୂଚିତ ଜାତି ଏବଂ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଉଷା ପାଢୀ । ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ ବ୍ୟବସାୟୀଙ୍କ ଅନୁଷ୍ଠାନରେ କାମ କରିବାକୁ କର୍ମଚାରୀ କର୍ମଜୀବି ମହିଳାମାନଙ୍କୁ ସରକାର ଭଡାରେ ଘର ଦେବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ର ଅପରେସନାଲ ଗାଇଡ ଲାଇନ ଅନୁଯାୟୀ, ଦୁଇଟି ମଡେଲରେ ସୁଲଭ ମୂଲ୍ୟରେ ଭଡା ଘର ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking