31.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଗୃହ ଋଣ ଇଏମଆଇ ବୃଦ୍ଧି ପାଇବ ନାହିଁ: ରେପୋ ହାର ୫.୨୫% ରହିବ

ଗୃହ ଋଣ ଇଏମଆଇ ବୃଦ୍ଧି ପାଇବ ନାହିଁ: ରେପୋ ହାର ୫.୨୫% ରହିବ

ନୂଆଦିଲ୍ଲୀ: ଦୁଇ ଦିନିଆ ମୁଦ୍ରା ନୀତି ବୈଠକ ପରେ , କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ , ରେପୋ ହାର ୫.୨୫% ବଜାୟ ରଖିଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଘୋଷଣା କରିଛନ୍ତି । ଆର୍ଥିକ ତଥ୍ୟକୁ ଦୃଷ୍ଟିରେ ରଖି ମୁଦ୍ରା ନୀତି କମିଟି ରେପୋ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଆପଣଙ୍କର ଗୃହ ଋଣ, କାର ଋଣ କିମ୍ବା ରେପୋ ହାର ସହିତ ଜଡିତ ଅନ୍ୟାନ୍ୟ ଋଣର ଇଏମଆଇ ବୃଦ୍ଦି ପାଇବ ନାହିଁ । ଅର୍ଥାତ ଆପଣଙ୍କୁ ଏହି ଉପରେ ଅଧିକ କିସ୍ତି ଦେବାକୁ ପଡିବ ନାହିଁ । ଏହାଛଡା ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆହୁରି କହିଛନ୍ତି, ୨୦୨୫ ନଭେମ୍ବର ଏବଂ ଡିସେମ୍ବରରେ ମୁଦ୍ରାସ୍ଫୀତି ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା । ଦେଶର ଅର୍ଥନୀତି ସଠିକ ରାସ୍ତାରେ ଅଛି । କୃଷି କାର୍ଯ୍ୟକଳାପ ମଧ୍ୟ ସକାରାତ୍ମକ ହୋଇଛି । ଶିଲ୍ପ କାର୍ଯ୍ୟକଳାପ ସ୍ଥିର ଗତିରେ ରହିଛି । ଘରୋଇ ଗ୍ରାହକଙ୍କ ଖର୍ଚ୍ଚ ଅର୍ଥନୀତିକୁ ବୃଦ୍ଧି କରେ । ଗ୍ରାମ ଏବଂ ସହରଗୁଡିକରେ ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking