21.1 C
Bhubaneswar
Friday, February 6, 2026
Homeଓଡିଶାସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଲେ ରାଷ୍ଟ୍ରପତି

ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଲେ ରାଷ୍ଟ୍ରପତି

ମୟୁରଭଞ୍ଜ: ନିଜ ଜନ୍ମ ମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଗାଁ ଦାଣ୍ଡରେ ପାଦରେ ଚାଲି ଚାଲି ଯାଇଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବଳୟରେ ରାଇରଙ୍ଗରପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡିଶା ଗସ୍ତରେ ଆଜି ତାଙ୍କର ୩ୟ ଦିନ ।ରାଇରଙ୍ଗପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାହାଡପୁରର ମୁର୍ମୁ ଛକରେ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି । ଶ୍ରୀଜୀଉଙ୍କ ଦର୍ଶନ ପରେ ଶିମିଳିପାଳରେ କରିବେ ରାତ୍ରିଯାପନ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବେଶ୍ ଉତ୍ସବ ମୁଖର ପାହାଡପୁର । ନାଚଗୀତର ତାଳେ ତାଳେ ମହାମହିମଙ୍କୁ ସ୍ବାଗତ କରିଛନ୍ତି ପାହାଡପୁରବାସୀ ।ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟରେ କମ୍ପୁଛି ପାହାଡପୁର । ହାତରେ ଫୁଲ ,ଚନ୍ଦନ ,ଦୀପ, ଧୂପ ଦେଇ ଭବ୍ୟ ସ୍ବାଗତ କଲେ ପାହାଡପୁରବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking