30.1 C
Bhubaneswar
Thursday, February 5, 2026
Homeଓଡିଶାଆଜିଠୁ ଭୁବନେଶ୍ୱରରେ ବ୍ଲାକସ୍ୱାନ ଶିଖର ସମ୍ମିଳନୀ

ଆଜିଠୁ ଭୁବନେଶ୍ୱରରେ ବ୍ଲାକସ୍ୱାନ ଶିଖର ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ବ୍ଲାକସ୍ୱାନ ଶିଖର ସମ୍ମିଳନୀ । ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ବୈଶ୍ୱିକ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ନିଯୁକ୍ତି, ଶିକ୍ଷା ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଉପରେ ଏଆଇ ପ୍ରବାବ ବିଷୟବସ୍ତୁ ଉପରେ ହେବା ମାନସ ମନ୍ଥନ । ପ୍ରାୟ ୨୪ଟି ଦେଶରୁ ୧୭ ଶହ ପ୍ରିତିନିଧି ଓ ଶତାଧିକ ବକ୍ତା ଏଥିରେ ଯୋଗ ଦେଉଥିବା ସୂଚନା ମିଳିଛି । ବିଶ୍ୱ ସ୍ତରୀୟ ଉଦ୍ୟୋଗୀ , ନିବେଶକାରୀ, ନବସୃଜନକାରୀ ତଥା ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ । ଓଡିଶା ସରକାର ଏବଂ ଗ୍ଲାବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ମିଳିତ ଆନୁକୁଲ୍ୟରେ ଏହି ସମିଟ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking