25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଫିଲିପାଇନ୍ସରେ ଭୟଙ୍କର ଅଗ୍ନିକାଣ୍ଡ

ଫିଲିପାଇନ୍ସରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦକ୍ଷିଣ ଫିଲିପାଇନ୍ସ ଏକ ଛୋଟ ଦ୍ୱୀପରେ ଅଗ୍ନିକାଣ୍ଡ ।ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାରାଙ୍ଗେ ଲାମିଅନରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଏତେ ଜୋର ବ୍ୟାପିଥିଲା ଯେ ଆୟତ୍ତ କରିବା କଷ୍ଟ ହୋଇ ପଡୁଥିଲା । ସୂଚନା ଅନୁଯାୟୀ, ଫିଲିପାଇନ୍ସର ବାରାଙ୍ଗେ ଲାମିଅନରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁରେ ଆଁରେ ପ୍ରାୟ ୧ ହଜାରରୁ ଅଧିକ ଘର ଜଳିଯାଇଥିଲା । ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପି ପୁରା ଜନବସତି ଅଞ୍ଚଳକୁ ଗ୍ରାସ କରିଥିଲା । ଘଟଣାସ୍ଥଳରେ ଉଦ୍ଧାରବାହିନୀ ଟିମ ପହଞ୍ଚି ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେମାନଙ୍କୁ ରିଲିଫ ଶିବିରରେ ଅସ୍ଥାୟୀ ଭାବରେ ରଖାଯାଇଛି ।ବୋଙ୍ଗାଓ ସିଟି ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କାର୍ଯ୍ୟାଳୟ   କହିଛି ଯେ ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ଅନେକ ପାଦଚଲା ପୋଲ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ଅଗ୍ନି ନିର୍ବାପନ ଏବଂ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଅଗ୍ନିଶମ କର୍ମଚାରୀମାନେ ନିଶ୍ଚିତ କରିଛନ୍ତି ଯେ ରାତି ପ୍ରାୟ 2ଟା ସମୟରେ ନିଆଁ ନିୟନ୍ତ୍ରଣରେ ଆସିଥିଲା। କର୍ତ୍ତୃପକ୍ଷ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ସମ୍ପତ୍ତିର ମୋଟ କ୍ଷୟକ୍ଷତିର ଆକଳନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking