26.1 C
Bhubaneswar
Wednesday, February 4, 2026
Homeଓଡିଶାସରକାରୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସରକାରୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର: ସରକାରୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଉପରିସ୍ଥ କର୍ମଚାରୀଙ୍କ ନିର୍ଯାତନା ସହିନପାରି ଝୁଲିପଡ଼ିଲେ ସରକାରୀ କର୍ମଚାରୀ। ଜଗତସିଂହପୁର ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସହରପୁର ଗାଁର ନିହାର ମହାନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉପରିସ୍ଥ ଅଧିକାରୀଙ୍କ ବାରମ୍ବାର ନିର୍ଯାତନା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ଫୋନ୍‌ରେ ଭିଡିଓ ମାଧ୍ୟମରେ ଆତ୍ମହତ୍ୟାର କାରଣ କହିଛନ୍ତି ସମ୍ପୃକ୍ତ କର୍ମଚାରୀ। ଆଜି ସକାଳୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲାସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking