ଭୁବନେଶ୍ୱର: ନିମନ୍ତ୍ରଣ ବିବାଦକୁ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ପ୍ରତିକ୍ରିୟା । ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି । ମେଲ୍ ଯୋଗେ ଦେବାଶିଷଙ୍କୁ ନିମନ୍ତ୍ରଣ କରାଯାଇଥିବା କହିଲେ ଜିଲ୍ଲାପାଳ । ଏହା ସହ ସେ କହିଛନ୍ତି ଯେ ମୁଁ ସାଂସଦଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବି । ଯଦି କିଛି ସମସ୍ୟା ହୋଇଥିବା, ନିଶ୍ଚୟ ଆମୋ ଦେଖିବୁ । ନେତାଜୀଙ୍କ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଡକାଯାଇ ନଥିବା କହିଥିଲେ ଦେବାଶିଷ ।
ସୂଚନାଯୋଗ୍ୟ, ଗତକାଲି ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମକୁ ତାଙ୍କୁ ଡକାନଯିବା ନେଇ ରାଜ୍ୟସଭାରେ ପ୍ରସଙ୍ଗ ଉଠାଇ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦେବାଶିଷ ସାମନ୍ତରାୟ । କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ମଧ୍ୟ ଦାବି କରିଥିଲେ । ଜିଲ୍ଲାପାଳ ରାଜ୍ୟସଭା ସାଂସଦଙ୍କୁ ନ ଡାକିବା ଗୃହ ପାଇଁ ଅପମାନ ବୋଲି ସେ କହିଥିଲେ । ଗୃହର ମୁଖ୍ୟ ଭାବେ ଗୁରୁତର ସହ ନେଇ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଅନ୍ତୁ ବୋଲି ଦାବି କରିଥିଲେ ।










