ବାଲେଶ୍ୱର: ବାଲେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚି ଏଫଏମ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ । ସେଠାରେ ନିଜର ଅଭିଭାଷଣ ରଖିଥିଲେ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସମ୍ବୋଧିତ କରି କହିଛନ୍ତି, ଆମ ଝିଅମାନେ ବହୁତ ଭଲ କାମ କରୁଛନ୍ତି । ସବୁକ୍ଷେତ୍ରରେ ଝିଅଙ୍କ ପ୍ରଭାବ ଦେଖୁଛି । ଭାରତର ଏକ ସୁଦୀର୍ଘ ଜ୍ଞାନ ଭଣ୍ଡାର ଅଛି । ଯେଉଁଠି ଯେଉଁ କାର୍ଯ୍ୟ କଲେ ମଧ୍ୟ ସବୁ କାର୍ଯ୍ୟ ପାଇଁ ସଫଳତାର ଚାବି କାଠି ହେଉଛି ନିଷ୍ଠା । ଜୀବନରେ ସଫଳତା ଭଲ, ତାଠାରୁ ସାର୍ଥକତା ଭଲ । ଅତୀତକୁ ଛାତ୍ରଛାତ୍ରୀ ଚିହ୍ନିବା ଆବଶ୍ୟକ । ଡିଗ୍ରୀ ହାସଲ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ମହାମହିମ । ଆହୁରି କହିଛନ୍ତି, ଜୀବନ ବିଶ୍ୱବିଦ୍ୟାଳୟ ପରୀସୀମା ବ୍ୟାପକ । ଏହା ପରେ ସେ ସିଧା ପୁରୀ ଅଭିମୁଖେ ବାହାରିଯାଇଛନ୍ତି । ସେଠାରେ ରାତ୍ରି ଯାପନ କରି ଗତକାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ। ପିଣ୍ଡଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ।










