ଗଞ୍ଜାମ: ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏନେଇ ଏକ୍ସରେ ସୂଚନା ଦେଲେ ପିସିସିଏଫ୍ ବନ୍ୟପ୍ରାଣୀ। ପ୍ରଶିକ୍ଷିତ ଟିମ୍, ଡ୍ରୋନ ଓ ଏଆଇ ସହାୟତାରେ ଗଣନା ପରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ୪୯୮ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢିଛି। ୨୦୨୫ରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୮୭୮୯ ରହିଥିଲା। ଚଳିତ ବର୍ଷ ବୃଦ୍ଧି ପାଇ ୯୨୮୭ରେ ପହଞ୍ଚିଥିବା ସୂଚନା।










