25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମୁମ୍ବାଇରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ

ମୁମ୍ବାଇରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ଓଡିଆ ଛାତ୍ରୀଙ୍କ ମୃତ୍ୟୁ। ୪୦୦ ଫୁଟ ଗଭୀର ଖାଲରୁ ମିଳିଲା ମୃତଦେହ। ମୃତ ଛାତ୍ରୀଙ୍କୁ ୧୯ ବର୍ଷୀୟ ଶ୍ରେୟା ନରେନ୍ଦ୍ର ପତି ବୋଲି ଚିହ୍ନଟ କରାଯାଇଛି। ଶ୍ରେୟା ମୁମ୍ବାଇରେ ଏଲଏଲବି ପଢିବାକୁ ଯାଇଥିଲେ। ଲୋନାଭଲା ଟ୍ରେକିଂ ପାଇଁ ଯାଇ ଫେରିନଥିଲେ। ୩୬ ଘଣ୍ଟାପରେ ମିଳିଲା ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ କରୁଛି ଲୋନାଭଲା ପୋଲିସ। ସୂଚନା ଅନୁସାରେ, ଲୋନାଭଲାର ଟାଇହର ପଏଣ୍ଟ ଭ୍ୟାଲିରେ ଏହି ଅଘଟଣ ଘଟିଛି। ମୁମ୍ବାଇରୁ ଟ୍ରେକିଂ ପାଇଁ ଲୋନଭଲା ଯାଇଥିଲେ। ହେଲେ ଟ୍ରେକିଂ କରୁଥିବା ବେଳେ ଡ୍ୟୁକ ନୋଜ୍ ଅଞ୍ଚଳରେ ତଳକୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଡ୍ରୋନ୍, ଡଗ୍ ସ୍କ୍ୱାଡ୍ ଏବଂ ଶିବଦୁର୍ଗ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ୩୬ ଘଣ୍ଟାର କଠିନ ପରିଶ୍ରମ ପରେ ତାଙ୍କ ମୃତଦେହକୁ ୪୦୦ ଫୁଟ ଗଭୀର ଘାଟିରୁ ବାହାର କରାଯାଇଥିଲା।

ଶ୍ରେୟା ଜାନୁଆରି ୩୧ରେ ଟ୍ରେକିଂ ପାଇଁ ଲୋନାଭଲା ଯାଇଥିଲେ। ସେ ଡ୍ୟୁକ୍ ନୋଜ୍ ଅଞ୍ଚଳକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ସମ୍ପର୍କୀୟମାନେ ତାଙ୍କୁ ସେହି ରାତିରେ ଲୋନାଭଲାରେ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ଖବର ପାଇ ନଥିଲେ। ତା’ପରେ ଫେବୃଆରୀତାରିଖ ସକାଳେ ତାଙ୍କର ନିଖୋଜ ରିପୋର୍ଟ ଦାଖଲ କରିଥିଲ। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଡ୍ରୋନ୍, ଡଗ୍ ସ୍କ୍ୱାଡ୍ ଏବଂ ଶିବଦୁର୍ଗ ଉଦ୍ଧାରକାରୀ ଦଳ ଦ୍ୱାରା କଠିନ ପରିଶ୍ରମ ପରେ ରବିବାର ସନ୍ଧ୍ୟାରେ ଟାଇଗର ପଏଣ୍ଟ ନିକଟରେ ତାଙ୍କର ମୃତଦେହ ମିଳିଥିଲା। ମୃତଦେହ ଉଦ୍ଧାର ହେବ ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛିମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking