କନ୍ଧମାଳ: ବାଲିଗୁଡା ଅଞ୍ଚଳରେ ଲଜ୍ଜା । ଜଙ୍ଗଲ ଭିତରକୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ବାଲିଗୁଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଝିଅଟି ଶୌଚ ହେବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ । ରାଜି ନହେବାରୁ ନାବାଳିକାଙ୍କ ପୋଷାକ ଚିରି ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ହାତଗୋଡ ବାନ୍ଧି ଜଙ୍ଗଲରେ ଛାଡି ଚାଲିଯାଇଥିଲେ ଦୁଇ ଜଣ ଦୁର୍ବୃତ୍ତ । ସକାଳୁ ଘରକୁ ଫେରି ଘଟଣା ସଂପର୍କରେ ଜଣାଇଥିଲେ ପୀଡିତା । ପରେ ପରିବାର ଲୋକେ ବେଲଘର ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଆଧାର କରି ତଦନ୍ତ ।ରମ୍ଭ କରିଛି ବେଲଘର ପୋଲିସ । ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।









