ଯାଜପୁର: ଯାଜପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱର ପୁର ପଞ୍ଚାୟତ ସମସର ପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣାରୁ ପ୍ରକାଶ ଯେ ସମସର ପୁର ଗ୍ରାମର ଚନ୍ଦ୍ର ଶେଖର ଗୁରୁଙ୍କ ପୁଅ ଶଙ୍କର ଗୁରୁ( ୧୦) ଓ ଝିଅ ପାର୍ବତୀ ଗୁରୁ (୧୨) ଉଭୟ ଭାଇ ଭଉଣୀ ଦ୍ବିପହରରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ଗାଁ ଠୁ ଅଳ୍ପ ଦୂରରେ ଥିବା ଏକ ପୋଖରୀରେ ଚପଲ ଭାସୁଥିବା ଦେଖି ଲୋକଙ୍କର ସନ୍ଦେହ ହୋଇଥିଲା । ପଡିଶା ଲୋକେ ପୋଖରୀ ମଧ୍ୟରେ ଖୋଜି ଦୁଇ ଭାଇ ଭଉଣୀଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦେଖି ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୋକର ଛାୟା ଖେଳିଯାଇଛି । ପ୍ରକାଶଥାଉକି ଚନ୍ଦ୍ର ଶେଖର ଗୁରୁ ଜଣେ ଅତ୍ୟନ୍ତ ଗରିବ ତଥା ପକ୍ଷାଘାତ ରୋଗୀ । ଏ ସମ୍ପର୍କରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।










