ଭୁବନେଶ୍ୱର: ମଦ ବିକ୍ରି କରି ବନ୍ଧା ହେଲେ ୩ ରେଷ୍ଟୁରାଣ୍ଟ ମାଲିକ । କଟକ-ପୁରୀ ବାଇପାସ୍ ରୋଡ୍ର ୨ ରେଷ୍ଟୁରାଣ୍ଟ ମାଲିକ ଗିରଫ । ପଟିଆ ଛକରେ ଥିବା ଅନ୍ୟ ଏକ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ଗିରଫ । ବେଆଇନ ମଦ କାରବାର ଅଭିଯୋଗରେ ଗିରଫ କଲା ଅବକାରୀ ବିଭାଗ । ବିନା ଲାଇସେନ୍ସରେ ବେଧଡ଼କ ଭାବେ ରେଷ୍ଟୁରାଣ୍ଟରେ ଚାଲିଥିଲା ମଦ ବିକ୍ରି । ଚଢାଉ ବେଳେ ଗଚ୍ଛିତ ଥିବା ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।










