କଟକ: ଚୌଦ୍ୱାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା . ରେଳ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବିଚାରଧୀନ କଏଦୀ ହେଲେ କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ । ଗତ ଡିସେମ୍ବର ୧୩ ତାରିଖରେ ଦରଘାବଜାର ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଆସିଥିଲା । ଜେଲ ଭିତରେ ଏମିତି କଣ ଘଟିଲା ଯେ. ମହମ୍ମଦ କଲିମ ଏପରି ଚରମ ପଦକ୍ଷେପ ନେଲା ତାହା ଏକ ବଡ ପ୍ରଶ୍ନ । ସେପଟେ ଚୌଦ୍ୱାର ଜେଲର କଡା ସୁରକ୍ଷା ବଳୟ ଭିତରେ କିଭଳି ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା ।










