ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରମଣ । ବଜେଟରେ ଖେଲୋ ଇଣ୍ଡିଆ ମିଶନ ଘୋଷଣା କରାଯାଇଛି। ଖେଲୋ ଇଣ୍ଡିଆ ମିସନରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ପ୍ରତିଭାଙ୍କୁ ଚିହ୍ନଟ କରି ପରବର୍ତ୍ତୀ ଦଶନ୍ଧିକୁ ଯିବା ଲକ୍ଷ୍ୟ ରଖାଯାଇଛି ।










