21.1 C
Bhubaneswar
Sunday, February 1, 2026
Homeଅପରାଧସମ୍ପାଦକ ଓ ସହ-ସମ୍ପାଦକଙ୍କୁ ୫ବର୍ଷ ଜେଲ୍ ସହ ୫ହଜାର ଜୋରିମାନା

ସମ୍ପାଦକ ଓ ସହ-ସମ୍ପାଦକଙ୍କୁ ୫ବର୍ଷ ଜେଲ୍ ସହ ୫ହଜାର ଜୋରିମାନା

ଜଗତ୍‌ସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗ ମାଛଗାଁ ସ୍ଥିତ ମାଛଗାଁ ସମବାୟ ସମିତି ଓ ମିନି ବ୍ୟାଙ୍କ୍‌ର ସମ୍ପାଦକ ସୂର୍ଯ୍ୟାନନ୍ଦ ସ୍ୱାଇଁ ଓ ସହ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ଜେନାଙ୍କୁ ଶନିବାର ଜିଲ୍ଲା ମୁଖ୍ୟ ନ୍ୟାୟିକ ବିଚରପତି ମିନି ବ୍ୟାଙ୍କ୍‌ର ଟଙ୍କା ମିସାପରେସନ ମାମଲାକୁ ବିଚାର କରି ୫ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହିତ ୫ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅନାଦେୟ ଅର୍ଥ ନିମନ୍ତେ ଅଧିକ ୧ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ କରିଛନ୍ତି। ତେବେ ମାନ୍ୟବର ବିଚାରପତି ୧୭ଜଣ ସାକ୍ଷ୍ୟ ଓ ୧୭ଟି ପ୍ରମାଣ ପତ୍ରକୁ ତନ୍ନତନ୍ନ କରି ବିଚାର କରି ଦଫା ୪୦୯/୩୪ ଆଇପିସି ୬୨ରେ ଅଭିଯୁକ୍ତ ଦ୍ୱୟଙ୍କୁ ୫ବର୍ଷ ଜେଲ୍ ଓ ୫ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ହୋଇଥିବା ବେଳେ ଦଫା ୪୬୮/୩୪ରେ ଦ୍ୱୟଙ୍କୁ୨ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ହଜାର ଟଙ୍କା ଜୋରିମାନାର ନିର୍ଦ୍ଦେଶ ହୋଇଥିବା ପବ୍ଲିକ ପ୍ରୋସିକ୍ୟୁଟର ତପନ କୁମାର ପାଲ ସୁଚନା ପ୍ରଦାନ କରିଛନ୍ତି। ପ୍ରକାଶ, ୩୧ ମାର୍ଚ୍ଚ ୨୦୦୦ ମସିହାରେ ମାଛଗାଁ ସମବାୟ ମିନି ବ୍ୟାଙ୍କର ଅଡିଟିରେ ୯୧ହଜାର ୨୩୪ଟଙ୍କା ମିସାପରେସନ ହୋଇଥିବା ବାହାରିବା ପରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ବାଲିକୁଦା ଥାନାରେ ମାଛଗାଁ ମିନି ବ୍ୟାଙ୍କର ଟଙ୍କା ଦେଣ ନେଣ ଦାୟୀତ୍ୱରେ ଥିବା ସମବାୟ ସମ୍ପାଦକ ସୂର୍ଯ୍ୟାନନ୍ଦ ସ୍ୱାଇଁ ଓ ସହ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ଜେନାଙ୍କ ବିରୋଧରେ ତା ୨୦।୧୦।୨୦୦୧ରିଖରେ ଏଫ୍‌ଆଇଆର୍ ହୋଇଥିଲା। ଯାହାକୁ ନେଇ ବାଲିକୁଦା ପୁଲିସ ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ଦଫା ୪୦୯/୪୬୮ ୩୪ ଆଇପିସିରେ ମାମଲା ନଂ ୧୧୮/୨୦୦୧ ରୁଜୁ କରିଥିଲେ। ଏହି ମାମଲାର ଚାର୍ଜ ସିଟ୍ ୬।୩।୨୦୦୨ରିଖରେ କୋର୍ଟକୁ ପଠାଯିବା ପରେ ବିଚାର ଆରମ୍ଭ ହୋଇଥିଲା। ଆଜି ବିଚାରପତି ଏହି ମାମଲାର ଅନ୍ତିମ ବିଚାର ଶୁଣାଣି କରି ଅଭିଯୁକ୍ତ ଦ୍ୱୟଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ଆଇନଜୀବୀ ଆର୍‌ଏନ୍ ସ୍ୱାଇଁ ଏବଂ ଏ. ମହାପାତ୍ର ପରିଚାଳନା କରିଥିବା ବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ନୃସିଂହ ଚରଣ ବାରିକ ସୁପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking