19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବେଲୁଚିସ୍ତାନ ଉପରେ ବିଏଲଏର ଆକ୍ରମଣ: ୧୨ ପାକିସ୍ତାନୀ ସୈନ୍ୟ ମୃତ

ବେଲୁଚିସ୍ତାନ ଉପରେ ବିଏଲଏର ଆକ୍ରମଣ: ୧୨ ପାକିସ୍ତାନୀ ସୈନ୍ୟ ମୃତ

ଇସଲାମାବାଦ: ବଲୁଚିସ୍ତାନ ବିଦ୍ରୋହୀଙ୍କ ଆକ୍ରମଣରେ ଶନିବାର ପାକିସ୍ତାନ ଅଶାନ୍ତ ହୋଇଉଠିଛି। ବଲୁଚ ବିଦ୍ରୋହୀ ପାକିସ୍ତାନର କ୍ବଏଟା ସମେତ ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ସମନ୍ବିତ ଆକ୍ରମଣ କରିଛନ୍ତିଏହି ଆକ୍ରମଣରେ ୧୨ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। କ୍ୱେଟା, ପାସନି, ମାସ୍ତୁଙ୍ଗ, ନୌସକି ଏବଂ ଗ୍ୱାଦର ଜିଲ୍ଲା ସମେତ ଅନେକ ସହରକୁ ବନ୍ଧୁକ ଏବଂ ଆତ୍ମଘାତୀ ଆକ୍ରମଣ ଦ୍ବାରା ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ୧୦ଟି ସହରରେ ବାଲୋଚ ବିଦ୍ରୋହୀ ସୈନ ଶିବିର ତଥା ଆଇଏସ୍‌ଆଇର ଠିକଣା ଉପରେ ଆକ୍ରମଣ କରିଛନ୍ତି। ଏହାକୁ ବଲୁଚ ଲିବରେସନ ଆର୍ମି ଅପରେସନ ହେରୋଫ-୨ ଆଖ୍ୟା ଦେଇଛନ୍ତି। ପାକିସ୍ତାନ ସେନାର ୧୨ରୁ ଅଧିକ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ବିଦ୍ରୋହୀଙ୍କର ମୃତ୍ୟୁ ହୋଇଛି। କେବଳ କ୍ବେଏଟାରେ ୭ ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଛି। କ୍ବେଏଟାରେ ବଲୁଚ ବିଦ୍ରୋହୀ ଏକ ବ୍ୟାଙ୍କ ଲୁଟିବା ପରେ ବିସ୍ଫୋରଣ ଘଟାଇଥିଲେ। ରାସ୍ତାରେ ବିଦ୍ରୋହୀ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବାବେଳେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ବିଚ୍ଛିନ୍ନତାବାଦୀ ସୈନିକ ପ୍ରତିଷ୍ଠାନ ସହିତ ପୁଲିସ ଓ ପ୍ରଶାସନିକ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ଦଶନ୍ଧି ଧରି ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହ ଦେଖିବାକୁ ମିଳୁଛି। ଖଣିଜ ସମ୍ପଦ ଭରପୂର ବଲୁଚିସ୍ତାନରେ ବିଦ୍ରୋହୀ ସର୍ବଦା ସୁରକ୍ଷାକର୍ମୀ, ସରକାରୀ ପ୍ରତିଷ୍ଠାନ ତଥା ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking