23.1 C
Bhubaneswar
Monday, February 2, 2026
Homeଓଡିଶାବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି
ରାଜ୍ୟ ସରକାର: ବିଜେଡି

ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି
ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର: ନିକଟରେ ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ତାଙ୍କ ଟିମ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଏହି ବୈଠକ କେବଳ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଓ ପ୍ରଗତି ସମ୍ୱନ୍ଧରେ ଔପଚାରିକ ଆଲୋଚନା ନା ବିଶ୍ୱ ବ୍ୟାଙ୍କ ଠାରୁ ଓଡିଶା ଋଣ କରିବା । ରାଜ୍ୟର ଅର୍ଥମନ୍ତ୍ରୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ହାତରେ ଥିବାବେଳେ, ସେ ଏହାର ସ୍ପଷ୍ଟୀକରଣ ରାଜ୍ୟବାସୀଙ୍କ ଆଗରେ ରଖିବା ଉଚିତ । ରାଜ୍ୟର ବିତ୍ତୀୟ ନିଅଣ୍ଟ ୧.୭ରୁ ୩.୫ରେ ପହଞ୍ଚିଛି, ଯାହା ଏଫଆରବିଏମ ନିୟମକୁ ଉଲଂଘନ କରୁଛି । ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଦୁଇଟି ବଜେଟରେ ୯୧,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ଏଥିରୁ ପ୍ରାୟ ୩୮% ଖୋଲା ବଜାରରୁ ନିଆଯାଇଛି । ଖୋଲା ବଜାରରୁ ଋଣ ନିଆଯାଉଛି ବୋଲି ବିଶ୍ୱ ବ୍ୟାଙ୍କ ସମ୍ମୁଖରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି କି ନାହିଁ ସେନେଇ ସନେ୍ଦହ ରହିଛି । ଗତ ୧୮ ମାସରେ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବା ବେଳେ ରାଜ୍ୟ ସରକାର ବିଶ୍ୱ ବ୍ୟାଙ୍କ ଠାରୁ ଋଣ ନେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ଦାବି କରୁଛି ଯେ, ରାଜ୍ୟ ସରକାର ବିଶେଷକରି ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟୀକରଣ ରଖିବେ । ଉଲ୍ଲେଖଯୋଗ୍ୟ, ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡୁ ଥିବାବେଳେ, ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ନବେ ଦଶକର ଶେଷ ବେଳକୁ ଓଡ଼ିଶାର ଆର୍ଥିକ ସ୍ଥିତି ଯେପରି ଦୟନୀୟ ସ୍ଥିତିରେ ଥିଲା, ବିଜେପି ଶାସନରେ ତାହାର ପୁନରାବୃତ୍ତି ହେବ ନାହିଁ ତ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking