ଭୁବନେଶ୍ୱର: ଫେବୃଆରୀ ୧୭ ତାରିଖରୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୨୦ରେ ଆଗତ ହେବ ରାଜ୍ୟ ବଜେଟ ୨୦୨୬- ୨୭ । ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟି । ଦୁଇଟି ପର୍ଯ୍ୟାୟରେ ଚାଲିବ ବିଧାନସବା ବଜେଟ ଅଧିବେଶନ । ଏଥିରେ ୨୯ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୭ରୁ ୨୪ ଯାଏ ଚାଲିବ । ସେହିପରି ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ରହିଛି । ଏହି ବିଧାନସଭା ବଜେଟ ଅଧିବେଶନରେ ଅନେକ ଗୁଡିଏ ବିଲ ମଧ୍ୟ ପାରିତ ହୋଇପାରେ । ତେବେ ବଡ କଥା ହେଉଛି ରାଜ୍ୟ ସରକାର ଫେବୃଆରୀ ୨୦ରେ କେତେ ଟଙ୍କାର ବଜେଟ ଆଣୁଛନ୍ତି, ଚଳିତ ବଜେଟରେ କାହାକୁ କାହାକୁ ଗୁରୁତ୍ୱ ଦିଆଯାଉଛି , ଭିତ୍ତିଭୂମି ତା ସହିତ ଆଉ କିଛି ନୂଆ ଯୋଜନା ଆଣୁଛନ୍ତି କି ? ଏସବୁ ଉପରେ ଜନତାଙ୍କ ନଜିର ରହିଛି । ସୂଚନାଥାଉକି, ପୂର୍ବ ବଜେଟ ୯୦ ଲକ୍ଷ ୨ ହଜାର ଥିଲା ।










