27.1 C
Bhubaneswar
Sunday, May 3, 2026
Homeଓଡିଶାପିକଅପ ଧକ୍କାରେ ବାଇକ ଆରୋହୀ ମୃତ

ପିକଅପ ଧକ୍କାରେ ବାଇକ ଆରୋହୀ ମୃତ

ଅନୁଗୋଳ: ଅନୁଗୋଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଧକ୍କାରେ ବାଇକ୍ ଆରୋହୀ ମୃତ । ମୃତକଙ୍କୁ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି ବୋଲି ଚିହ୍ନଟ କରାଯାଇଛି । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, ସୌରଭ ଗୋତମରା ଓଭରବ୍ରିଜ ଆଡୁ ଟାଟା ଷ୍ଟିଲ୍ ପ୍ଳାଣ୍ଟକୁ ଡିଉଟି କରିବା ପାଇଁ ଏକ ବାଇକ୍ ଯୋଗେ ଯାଉଥିଲେ । ସେହି ସମୟରେ ବଅଁରପାଳ ଆଡୁ ଆସୁଥିବା ଏକ କାଠ ବୋଝେଇ ପିକଅପ ଗାଡି ଦ୍ରୁତଗତିରେ ଆସି ବାଇକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସୌରଭଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking