17.1 C
Bhubaneswar
Monday, February 2, 2026
Homeଓଡିଶାଡାହାଣୀ ସନ୍ଦେହରେ ନିଜ ମାଆକୁ ହତ୍ୟା କଲା ପୁଅ

ଡାହାଣୀ ସନ୍ଦେହରେ ନିଜ ମାଆକୁ ହତ୍ୟା କଲା ପୁଅ

ମୟୁରଭଞ୍ଜ: ଡାହାଣୀ ସନ୍ଦେହରେ ନିଜ ମାଆକୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧିନ କଲରାଫୁଲିଆ ଗ୍ରାମରେ । ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ମରୋଡା ବ୍ଲକ ବେତନଟୀ ଥାନା ଅନ୍ତର୍ଗତ କଲ୍ଲାଫୁଲିଆ ଗାଁର ତପନର ସ୍ତ୍ରୀ ଗୁରୁବାରୀଙ୍କ ଗର୍ଭରେ ଥିବା ପିଲା କୌଣସି କାରଣରୁ ନଷ୍ଟ ହୋଇଯାଇଥିଲା । ଯେଉଁଥିପାଇଁ ଗୁରୁବାରୀ ରାଗରେ ଯାଇ ନିଜ ବାପ ଘରେ ରହୁଥିଲା । ତପନ ଓ ତା ମାଆ ଏକାଠି ଗାଁରେ ରହୁଥିଲୋତେବେ ସ୍ତ୍ରୀ ଗର୍ଭରେ ଥିବା ଶିଶୁ ମୃତ୍ୟୁର କାରଣ ମାଆର ଡାହାଣୀ ପ୍ରକୃତି ପାଇଁ ବୋଲି ଭାବି ନେଇଥିଲା ତପନ l ଫଳରେ ଆଜି ସକାଳୁ ଉତ୍ତ୍ୟକ୍ତ ହୋଇ ନିଜ ଜନ୍ମକଲା ମାକୁ କଟୁରୀରେ ହାଣି ମାରିଦେଲା ତପନ।ଖବର ପାଇ ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଓ ବଡ଼ ଜମବଣୀ ଫାଣ୍ଡି ଅଧିକାରୀ ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ତପନକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking