ଭୁବନେଶ୍ୱର: ଟ୍ରେନ ଯୋଗେ ରାଜ୍ୟ ତଥା ରାଜ୍ୟ ବାହାରକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଭୁବନେଶ୍ୱର ଷ୍ଟେସନରେ ସନ୍ଧାନୀ କୁକୁର ଧରିଲା ଗଞ୍ଜେଇ । ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଗଞ୍ଜେଇ ବେପାରୀଙ୍କୁ ଧରିଲା ସନ୍ଧାନୀ କୁକୁର । ଭୁବନେଶ୍ୱର ଆରପିଏଫ ଟିମ ସନ୍ଧାନୀ କୁକୁର ମାଧ୍ୟମରେ ଷ୍ଟେସନକୁ ଯାଞ୍ଚ ବେଳେ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ଯେତେବେଳେ ସନ୍ଧାନୀ କୁକୁର ଦୁଇ ସନ୍ଦିଗ୍ଧକୁ ଧରି ବା ସହିତ ସେମାନଙ୍କ ଦୁଇ ବ୍ୟାଗକୁ ଠାବ କରିଥିଲା । ବ୍ୟାଗରେ ପୋଷାକ , ଖାଦ୍ୟ ଜିନିଷ ବଦଳରେ ନୀଳ ଜହର ଦେଖିବାକୁ ମିଳିଥିଲା । ଗଞ୍ଜେଇ ଚେରା ଟାଲାଣ ବେଳେ ହରିୟାଣାର ଦୁଇ ଯୁବକଙ୍କୁ ଆରପିଏଫ କାବୁ କରିଛି ।










