ଭୁବନେଶ୍ୱର: ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟରେ ବୃଦ୍ଧି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ଅଙ୍ଗନବାଡି ଶିଶୁଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି। ସ୍କୁଲର ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢି ୧୭୫ ଟଙ୍କା ହେଲା । ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ରୁ ବଢି ୨୫୦ ଟଙ୍କା ହେଲା । ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କା ବଢି ୧୫୦ ଟଙ୍କା ହେଲା ।










