19.1 C
Bhubaneswar
Monday, February 2, 2026
Homeଓଡିଶାଜମି ବିବାଦକୁ ନେଇ ସଂଘର୍ଷ: ୩ ଗୁରୁତର

ଜମି ବିବାଦକୁ ନେଇ ସଂଘର୍ଷ: ୩ ଗୁରୁତର

କାକଟପୁର: ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ । ଏହି ସଂଘର୍ଷ ଯୋଗୁଁ ୧୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ, ପୁରୀର ଅସ୍ତରଙ୍ଗ ପୋଲିସ ସୀମା ଅନ୍ତର୍ଗତ ଜାମୁ ଗାଁରେ ଏହି ଘଟଣା ଘଟିଛି । ଜମି ବିବାଦକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା । ପରେ ପରିସ୍ଥିତି ବିଗିଡି ଦୁଇ ପରିବାରର ସଦସ୍ୟ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ୧୦ରୁ ଅଧିକ ଆହତ ହୋଇଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଅଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଅସ୍ତରଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୩ ଜଣଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking