ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ୨ ଟ୍ରକ ଧକ୍କା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଅଛନ୍ତି । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ହରାୟା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୭ରେ ଘଟିଛି । ସୂଚନା ଅନୁସାରେ, ହରାୟା ବାଇପାସ ନିକଟରେ ଦୁଇଟି ଅନିୟନ୍ତ୍ରିତ ଟ୍ରକ ଧକ୍କା ହେବା ଫଳରେ ଏକ ବିରାଟ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା । ଯାହାଫଳରେ ଟ୍ରକ ଭିତରେ ଡ୍ରାଇଭର ଏବଂ କ୍ଲିନର ଫସି ରହିଯାଇଥିଲେ । ସୂଚନା ପାଇବା ପରେ ପୋଲିସ ଏବଂ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ପରେ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା । ସଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଇଛି । ପୋଲିସ ରାସ୍ତାରୁ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହଟାଇବା ପାଇଁ ଏକ କ୍ରେନ୍ ବ୍ୟବହାର କରିଥିଲେ। ପ୍ରାୟ ଦୁଇ ଘଣ୍ଟାର ପ୍ରୟାସ ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଦ୍ରୁତ ଗତି ଏବଂ ଅସାବଧାନତା ଦୁର୍ଘଟଣାର କାରଣ । ଏହା ମଧ୍ୟ ତଦନ୍ତ କରୁଛି ଯେ ଡ୍ରାଇଭର ନିଦ୍ରାଳୁ ଥିଲେ କି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି।










