ଭୁବନେଶ୍ୱର: ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରି ଜନସାଧାରଣକୁ ସମ୍ବୋଧନ କରି କହିଛନ୍ତି, ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି । ମହାପୁରୁଷଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥି ସହିତ ବୀର ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଛନ୍ତି । ଦେଶ ସ୍ୱାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ ବିଧି ବ୍ୟବସ୍ଥାରେ କିପରି ଚଲାଇବା ସେନେଇ ସମ୍ବିଧାନ ଲେଖାଗଲା । ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ । ଆଜି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି । ମେକ ଇନ ଇଣ୍ଡିଆ ଦେଶକୁ ଆତ୍ମନିର୍ଭରଶୀଳ କରୁଛି । ଚିପରୁ ସିପ ସବୁ କ୍ଷେତ୍ରରେ ଆଜି ଆମେ ଆତ୍ମନିର୍ଭରଶୀଳ । ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠି ପାରିଛନ୍ତି । ମୋଦିଙ୍କ ହାତରେ ଆଜି ଦେଶ ପୂରା ସୁରକ୍ଷିତ । ପଡୋଶୀ ଦେଶଠାରୁ ଆମେ ଆତଙ୍କବାଦର ଶିକାର ହେଉଥିଲୁ । କିନ୍ତୁ ମୋଦୀଙ୍କ ନେତୃତ୍ୱରେ ଆମେ କଡା ଜବାବ ଦେଇଛୁ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀଙ୍କୁ କଡା ଜବାବ ଦିଆଯାଇଛି । ଆଉ ମାସ ମଧ୍ୟରେ ନକ୍ସଲ ବି ମୂଳତ୍ପୋଟନ ହେବେ । ଅସ୍ତ୍ର ଶସ୍ତ୍ର ଛାଡି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ । ଆସନ୍ତା ୧୦ ବର୍ଷରେ ସମୃଦ୍ଧ ଓଡିଶା ଗଠନ କରିବା ଆମର ଲକ୍ଷ୍ୟ ରହିଛି । ରାଜ୍ୟର ପ୍ରତିଟି ନାଗରିକ, ପ୍ରତି ଜିଲ୍ଲା, ପ୍ରତି ଅଞ୍ଚଳ ସମୃଦ୍ଧ ହେବା ଆବଶ୍ୟକ । ଆମ ଫୋକସରେ ଗରିବ, ଅନ୍ନଦାତା, ଯୁବ ଓ ମହିଳା ।










