19.1 C
Bhubaneswar
Monday, February 2, 2026
Homeଅପରାଧସାନଭାଇ ଓ ବୋହୂଙ୍କ ସମେତ ଝିଆରୀଙ୍କୁ ନୃଶଂସ ହତ୍ୟା, ବର୍ତ୍ତିଲେ ୨ଭଉଣୀ

ସାନଭାଇ ଓ ବୋହୂଙ୍କ ସମେତ ଝିଆରୀଙ୍କୁ ନୃଶଂସ ହତ୍ୟା, ବର୍ତ୍ତିଲେ ୨ଭଉଣୀ

ଘଷିପୁରା: ପାରିବାରିକ ସଂପର୍କରେ କଳହ ଦେଖାଯିବା ପରେ ଏହା ଉଗ୍ରରୂପ ଧାରଣ କରିଛି। ଅତୀତର ସ୍ନେହମମତା ଭୁଲିଯାଇ ବଡ଼ ଭାଇ ଉଭ୍ରରୂପ ଧାରଣ କରିଛି। କୁରାଢ଼ୀରେ ସାନଭାଇ, ବୋହୂ ଏବଂ ଝିଆରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି। କେନ୍ଦୁଝରଜିଲ୍ଲା ଘଷିପୁରା ଥାନା ଅଧୀନ ଖାଳିଆମେଣ୍ଟା ପଞ୍ଚାୟତର ନିଆଳିଝରଣ ଗ୍ରାମରେ ଆଜି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ (୪୫), ଜିତେନ୍ଦ୍ରଙ୍କ ପତ୍ନୀ ମାଳତୀ (୩୫) ଏବଂ ସେମାନଙ୍କର ଝିଅ ସସ୍ମିତା (୧୫)। ପୁଲିସ କହିବା ଅନୁସାରେ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ରାମ ସୋରେନ ଏବଂ ଜିତେନ୍ଦ୍ର ସୋରେନଙ୍କ ପରିବାର ରୁହନ୍ତି। ତେବେ ପାରିବାରିକ ପ୍ରସଙ୍ଗକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ବହୁଦିନ ହେଲା ମତମତାନ୍ତର ଦେଖାଯାଇଥିଲା, ଯାହା ଆଜି ଉଗ୍ରରୂପ ନେଇଥିଲା। ରାମ ସୋରେନ(୫୨) ନିଜର ଜଣେ ପୁତୁରା ଲକ୍ଷ୍ମଣ ସୋରେନ ସହିତ ମିଳିତ ଭାବେ ଜିତେନ୍ଦ୍ର ସୋରେନ, ଜିତେନ୍ଦ୍ରଙ୍କ ଧର୍ମପତ୍ନୀ ମାଳତୀ ଓ ଜିତେନ୍ଦ୍ରଙ୍କ ଝିଅ ସସ୍ମିତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ବାପା, ମା’ ଓ ଭଉଣୀଙ୍କୁ ବଡ଼ବାପା ଟାଙ୍ଗିଆରେ ହାଣୁଥିବା ବେଳେ ଭୟଭୀତ ହୋଇ ଜିତେନ୍ଦ୍ରଙ୍କର ଅନ୍ୟ ୨ ଝିଅ ସେଠାରୁ ପ୍ରାଣ ବିକଳରେ ପଳାଇ ଯାଇଥିଲେ। ଫଳରେ ସେମାନେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଗ୍ରାବାସୀଙ୍କ ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦଂପତି ଏବଂ ସେମାନଙ୍କ ଝିଅର ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ଏହାକୁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଗାଁରେ ଏବେ ଶୋକାକୁଳ ପରିବେଶ ଦେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking