କୋଣାର୍କ: ମାଘ ସପ୍ତମୀ ପାଇଁ ଚଳଞ୍ଚଳ ଅର୍କକ୍ଷେତ୍ର । ଆଜି ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଚନ୍ଦ୍ରଭାଗାରେ ବୁଡ଼ ପକାଉଛନ୍ତି ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ତିନି ଠାକୁର ମାଧିପୁରର ତ୍ରିବେଣୀଶ୍ୱର, ସନ୍ଥପୁରର ଐଶାନେଶ୍ୱର୍ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର୍ ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ତିନି ଠାକୁର ବିମାନ ବିଜେ ହେବା ପରେ ଏକତ୍ର ବିରାଜମାନ ହୋଇ ଭୋଗ ଲାଗି ହୋଇଥିଲା।
ଭୋରରେ ତିନି ଠାକୁର ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବା ପରେ ମହାସ୍ନାନ ହୋଇଥିଲା। ପରେ ସ୍ବତନ୍ତ୍ର ନୀତିକାନ୍ତି ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇଥିଲେ । ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ସ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି।










