34.1 C
Bhubaneswar
Wednesday, March 4, 2026
Homeଓଡିଶାଭୁବନେଶ୍ୱରରେ ୩୪୯ଙ୍କୁ ମିଳିଲା ନିଯୁକ୍ତି ପତ୍ର

ଭୁବନେଶ୍ୱରରେ ୩୪୯ଙ୍କୁ ମିଳିଲା ନିଯୁକ୍ତି ପତ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଅଷ୍ଟାଦଶ ରୋଜଗାର ମେଳାକୁ ଉଦଘାଟନ କରିବା ସହିତ ସାରା ଦେଶରେ ୬୧ ହଜାରରୁ ଅଧିକ ଯୁବବଯୁବତୀଙ୍କୁ ସରକାରୀ ଚାକିରୀର ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ୩୪୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରୋଜଗାର ସୃଷ୍ଟି ଏବଂ ଯୁବ ଶକ୍ତିର ସଦୁପଯୋଗ କେନ୍ଦ୍ର ସରକାରଙ୍କ ପ୍ରାଥମିକତା। ଏଭଳି ରୋଜଗାର ମେଳା ଯୁବପିଢ଼ିକୁ ଉପଯୁକ୍ତ ସୁଯୋଗ ପ୍ରଦାନ କରି ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି । ନବନିଯୁକ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ ଆର୍ôଥକ ସେବା ବିଭାଗ ଓ ଭାରତୀୟ ଷ୍ଟେଟବ୍ୟାଙ୍କରେ ୮ ଜଣ, ସିଆରପିଏଫରେ ୨୦୨ଜଣ, ଏମ୍ସ ଏବଂ ସ୍ୱାସ୍ଥ୍ୟ ବିଭାଗରେ ଦୁଇ ଜଣ, ଇଏସଆଇସିରେ ୯ ଜଣ, ଏଫସିଆଇରେ ଜଣେ, ଆଇଟିବିପିରେ ୨୭ ଜଣ ଏବଂ ସୀମା ସୁରକ୍ଷା ବଳରେ ୧୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଛି। ଏହି କାର୍ଯ୍ୟକ୍ରମରେ ଏସ୍‌ଏଲ୍‌ବିସି ଓଡ଼ିଶାର ଆବାହକ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଗୌତମ ପାତ୍ର, ସିଆରପିଏଫ୍ ଡିଆଇଜି ଭରତ ଭୂଷଣ ସେଠୀ, ଏମ୍ସ ଡିନ୍ (ଗବେଷଣା) ପ୍ରଫେସର ଡାକ୍ତର ସତ୍ୟଜିତ ମିଶ୍ର, ଇଏସ୍‌ଆଇସି ଓଡ଼ିଶା ଯୁଗ୍ମ ନିର୍ଦ୍ଦେଶକ ମହେନ୍ଦ୍ର ଭୋଇ, ଏଫ୍‌ସିଆଇ ଉପ ମହାପ୍ରବନ୍ଧକ ଅଙ୍କୁର ବତ୍ସ, ଆଇଟିବିପି ୪୧ ବାଟାଲିୟନ କମାଣ୍ଡାଣ୍ଟା ନରେନ୍ଦ୍ର ସିଂ, ବିଏସ୍‌ଏଫ ଅଧିକାରୀ ସୁମନ କୁମାର ପ୍ରମୁଖଙ୍କ ସମେତ ବହୁ ସରକାରୀ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ନବନିଯୁକ୍ତ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking