27.1 C
Bhubaneswar
Thursday, April 25, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୨ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର : ଚିକିଟି ଫାଣ୍ଡି ଅନ୍ତର୍ଗତ ସୁବର୍ଣ୍ଣପୁର ନିକଟରେ ଆଜି ଅପରାହ୍ନ ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୁରଳ ନୂଆସାହି ବାଉରୀବନ୍ଧୁ ବେହେରା ଦିଗପହଣ୍ଡି ବ୍ଲକରେ ପିଇଓ ଭାବେ କାର୍ଯ୍ୟ କରନ୍ତି । ସେ ଆଜି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ନିକଟରେ ରମ୍ପା ଗ୍ରାମର କେ. ଧର୍ମାଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଉରୀ ବନ୍ଧୁ ଓ କେ. ଧର୍ମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଧର୍ମାଙ୍କ ବାଇକ ପଛରେ ବସିଥିବା କେ. ତ୍ରିନାଥ ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି । ତ୍ରିନାଥଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଥିବା କୁହାଯାଉଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଚିକିଟି ଫାଣ୍ଡି ପୋଲିସ ପହଞ୍ଚି ଦୁଇଟି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking